ପୁରା ଖବର ବିଷୟରେ



ପାନ ଦୋକାନ ପୋଡି ଘଟଣା ୨ ଯୁବକ ଗିରଫ ୩ ଫେରାର

Nov 17 2020 8:31AM
ପାନ ଦୋକାନ ପୋଡି ଘଟଣା ୨ ଯୁବକ ଗିରଫ ୩ ଫେରାର ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଶନିବାର ରାତି ରେ କୁଆଁରମୁଣ୍ଡା ତହସିଲ ବଜାର ର ପାନ ଦୋକାନ ପୋଡି ଘଟଣା ରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଆଜି ୨ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଯୁବକ ଦ୍ୱୟ ହେଲେ କରଣ ମିଶ୍ର (19)ଓ ନିଖିଳ ତନ୍ତି (20)ଏହା ସହ ଏଥିରେ ଜଡିତ ଥିବା ଅନ୍ୟ 3ଜଣ ଫେରାର ଯୁବକ ମାନେ ହେଲେ ଦୀପକ ସୋନି, ହେମନ୍ତ ସୋନି, ଓ ନେପାଳ ଭୈସାଲ l ସମସ୍ତ 5ଜଣ ଅଭିଯୁକ୍ତ କୁଆଁରମୁଣ୍ଡା ଅଞ୍ଚଳ ର ବୋଲି ପୋଲିସ ସୂଚନା ଦେଇଛି l ଅନେଇ ବୀରମିତ୍ରପୁର ଥାନା କେସ ନମ୍ବର ଦଫା 506, 457, 436, 33 ଆଇପିସି ରେ ଏକ ମାମଲା (223/20)ରୁଜୁ କରି ପୋଲିସ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତନା ଘନା ଚଲାଇଥିବା ବେଳେ ଗିରଫ ଦ୍ୱୟ ସୋମବାର କୋର୍ଟ ଚାଲାଣ କରିଛି l ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ପ୍ରତିନିଧି ପ୍ରବୀର କୁମାର ସିଂ ଙ୍କ ରିପୋର୍ଟ ନୂତନ ଓଡିଶା ନିୟୁଜ