ପୁରା ଖବର ବିଷୟରେ



ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ପ୍ରତି ଅବିଚାର କୁ ତୀଵ୍ର ନିନ୍ଦା କରାଯାଇଛି।

Nov 16 2020 2:37PM
ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିୟାନ ସଂଖ୍ୟାଲଘୁ କାଉନସିଲ ତରଫରୁ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ପ୍ରତି ଅବିଚାର କୁ ତୀଵ୍ର ନିନ୍ଦା କରାଯାଇଛି। ଖ୍ରୀଷ୍ଟି ସମ୍ପ୍ରଦାୟର ଛାତ୍ର ନେତା ଆଶୀଷ କନ୍ଧପାନ ଙ୍କୁ ନନ୍ଦାହାଣ୍ଡି ବ୍ଲକର ଛାତ୍ର ସଭାପତି ରୂପେ ବ୍ଲକ ନେତୃ ଵର୍ଗ ମନୋନୀତ କରିଥିଲେ କିନ୍ତୁ ଗତ କାଲି ଦଳ ପକ୍ଷରୁ ବିଜ୍ଞପ୍ତି ଦିଆ ଯାଇ ତାଙ୍କୁ ପଦଵୀରୁ ହଟାଯାଇ ଜଣେ ଅଣ ଦଳିଅ ଅଯଗ୍ୟ ଯୁବକକୁ ବ୍ଲକ ର ଛାତ୍ର ସଭାପତି ଭାବେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ର ତଦନ୍ତ ଓ ପୁନର୍ବିଚାର ପାଇଁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, 5t ସଚିବ ଭି କେ ପାଣ୍ଡିଆନ,ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ସଂଜୟ ଦାସ ବର୍ମା ଓ ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ବବି ଦାସଙ୍କୁ ଟ୍ୱିଟ ମାଧ୍ୟମରେ ଅଭିଯୋଗ ପତ୍ର ପ୍ରେରଣ ସହ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ ଓ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଙ୍କୁ ପତ୍ର ଆକାରରେ ଦେଇଛନ୍ତି। ,