ପୁରା ଖବର ବିଷୟରେ



ପଲିଥିନ ତଳେ ଜୀବନ ବିତାଉଥିବା କଳାକାର ।

Nov 16 2020 2:35PM
ପଲିଥିନ ତଳେ ଜୀବନ ବିତାଉଥିବା କଳାକାର । ମୟୂରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ର ଚାରି ନମ୍ୱର୍ ୱାର୍ଡ ରେ ସ୍ବର୍ଗତ ପ୍ରଭାକର କୁଆଁର ବାବୁ ବାସ କରୁଥିଲେ ।ତାଙ୍କର ଝିଅ ସ୍ନେହଲତା ଜଣେ କଳାକାର ଭାବେ କପ୍ତି ପଦା ଉପଖଣ୍ଡ ରେ ପରିଚିତ ଅଟନ୍ତି ।ତାଙ୍କର କଳା ମଧ୍ୟରୁ ଚଦେୟା ନାଚ,ପାଲା, ପଥପ୍ରାନ୍ତ ନାଟକ ଅନ୍ୟତମ ।ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ମହିଳା କଳାକାର ଦରକାର ହେଲେ ତାଙ୍କୁ ହିଁ ଖୋଜା ପଡେ ।ତାଙ୍କର କଳ ପ୍ରଦର୍ଶନ ଖୁବ୍ ସୁନ୍ଦର ।ସେ ଏହି ସବୁ କାର୍ଯକ୍ରମ ରୁ ଯାହା ଅର୍ଥ ପାଆନ୍ତି, ସେହିଥିରେ ଚଳନ୍ତି ।କିନ୍ତୁ ବର୍ତ୍ତମାନ କରନା ଯୋଗୁ କାର୍ଯକ୍ରମ ବନ୍ଦ ଥିବାରୁ ସେ ଚାଲିବା ପାଇଁ ବହୁତ୍ ହଇରାଣ ହେଉଛନ୍ତି । ଲୋକଙ୍କ ଘରେ କାମ କରି ପେଟ ପୋଷୁଛନ୍ତି ।ସରକାରୀ ଅଫିସ କୁ। ବାରମ୍ବାର ଧାଇଁ ଧାଇଁ ମଧ୍ୟ କଳାକାର ଭତ୍ତା କିମ୍ବା ରେଶନ କାର୍ଡ ଟିଏ ମଧ୍ୟ ପାଇପାରୁ ନାହାନ୍ତି । ସେ ଭୂମିହୀନ ଯୋଗୁ ଆବାସ ଯୋଜନା ରେ ଘର ଟିଏ ମଧ୍ୟ ପାଇପାରୁ ନାହାନ୍ତି । ସେ ଜଙ୍ଗଲ ଜମି କୁ ଜବର୍ ଦାଖଲ କରି ପଲିଥିନ ଟାଙ୍ଗି ତାହାରି ତଳେ ଏକାକୀ ବାସ କରୁଛନ୍ତି ।ସରକାର ତାଙ୍କୁ।ସହଯୋଗ ର ହାତ ବଢାଇଲେ ସେ ସମାଜ ରେ ଭଲ ଭାବେ ଚାଲି ପାରିବେ ବୋଲି ନୂତନ ଓଡ଼ିଶା ନିଉ ଜ ।ଦାବି କରୁଅଛି । ଉଦଳା ରୁ ମୟୂରଭଞ୍ଜ ପ୍ରତିନିଧି ସୁରେଶ୍ୱର ଜେନା ଙ୍କ ରିପୋର୍ଟ ନୂତନ ଓଡ଼ିଶା ନିଉ ଜ ।