ପୁରା ଖବର ବିଷୟରେ



ମା କନକେଶ୍ୱରୀ ଦୁର୍ଗାପୂଜା କମିଟି ତରଫରୁ ଶରଧାପୁର ଗ୍ରାମରେ ଶିତ ବସ୍ତ୍ର ବଣ୍ଟନ।

Nov 16 2020 2:32PM
ମା କନକେଶ୍ୱରୀ ଦୁର୍ଗାପୂଜା କମିଟି ତରଫରୁ ଶରଧାପୁର ଗ୍ରାମରେ ଶିତ ବସ୍ତ୍ର ବଣ୍ଟନ। -ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ। ଗୁରୁକୁନା ଗ୍ରାମ ପଞ୍ଚାୟତ ନିକଟସ୍ଥ ଶରଧାପୁର ଗ୍ରାମର ମା କନକେଶ୍ୱରୀ ଦୁର୍ଗାପୂଜା କମିଟି ତରଫରୁ ଶରଧାପୁର ଗ୍ରାମରେ ଶିତ ବସ୍ତ୍ର ବଣ୍ଟନ କରିଥିଲେ ଯାହା ଫଳରେ ଗ୍ରାମର ପ୍ରତ୍ୟେକ ପରିବାରର ବୃଦ୍ଧ ଲୋକ ଓ ବୟସିକ ମହିଳା ମାନଙ୍କୁ ଶିତ ବସ୍ତ୍ର ବଣ୍ଟନ କରିଥିଲେ ଗ୍ରାମ ପକ୍ଷରୁ ଏହା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଗ୍ରାମବାସୀ କହିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି।ଦୁର୍ଗାପୂଜା କମିଟିର ସଭାପତି ଦୀପ୍ତିଶ କୁମାର ମହାନ୍ତି ଓ ଉପସଭାପତି ସ୍ଵାଧୀନ ମହାନ୍ତି ସମ୍ପାଦକ ଶ୍ରୀଧର ମହାନ୍ତି ଓ ଉପ ସମ୍ପାଦକ ସୁବ୍ରତ ମହାନ୍ତି ଓ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ମହତ୍ତ୍ୱପୂର୍ଣ୍ଣ କାଯ୍ୟକୁ ସୁଚାରରୂପେ ତୁଲାଇଥିଲେ।