ପୁରା ଖବର ବିଷୟରେ



୨୦୦ ହେକ୍ଟର ଜମି ସଂପୂର୍ଣ୍ଣ ମରୁଡି , ସଦର ବିଧାୟିକାଙ୍କ ଯାଞ୍ଚ :

Nov 16 2020 2:30PM
୨୦୦ ହେକ୍ଟର ଜମି ସଂପୂର୍ଣ୍ଣ ମରୁଡି , ସଦର ବିଧାୟିକାଙ୍କ ଯାଞ୍ଚ : ସୁନ୍ଦରଗଡ ଜିଲ୍ଲାର ସଦରମହକୁମା ଅନ୍ତର୍ଗତ କୁଲଟା ପଞ୍ଚାୟେତ ସଂଲଗ୍ନ ଘୁମଡା ଗ୍ରାମରେ ୨୦୦ ହେକଟର ଚାଷଜମିରେ ମରୁଡି ହୋଇଥିବା ନେଇ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଚାଷୀ ଋଣ କରି ବିହନ ଓ ସାର କିଣି ଚାଷ କରିଥିବି ବେଳେ ସରକାରୀ ବିହନରେ ଖରାପ ଥାଉ ବା ସାରରେ କିଛି ଅସୁବିଧା ଥିବା ସହ ସଠିକ ବର୍ଷା ନ ହେବାଯୋଗୁଁ ଘୁମଡା ଗ୍ରାମର ୨୦୦ ହେକ୍ଟର ଜମିର ଚାଷ ସଂପୂର୍ଣ୍ଣ ମରୁଡି ହୋଇଛି । ଖବର ପାଇ ସଦର ବିଧାୟିକା କୁସୁମ ଟେଟେଙ୍କ ସହ ବିଜେପି ଯୁବ ନେତା ରାଜ କୁମାର କିସାନ ଓ ମନୋଜ କୁମାର ବେହେରାଙ୍କ ସମେତ ଅନ୍ୟମାନେ ଘୁମୁଡା ଗ୍ରାମକୁ ଯାଇ ଦେଖିଥିଲେ ଯେ ସପୂର୍ଣ୍ଣ ୨୦୦ ହେକ୍ଟର ଜମିରେ ହୋଇଥିବା ଚାଷରେ ବହୁ କ୍ଷତି ହେବାସହ ମରୁଡି ପଡିଛି । ବିଧାୟିକା ଚାଷ ଜମି ପରିଦର୍ଶନ କରିବା ପରେ ଆନୁଷ୍ଠାନିକ ଭାବେ ସରକାରୀ ନୀୟମ ଅନୁଯାୟୀ ଏହାର ଭରଣା ସକାସେ ଉଚିତ ବ୍ୟବସ୍ତା କରାଯିବ ବୋଲି ଚାଷୀ କୁଳଙ୍କୁ ପ୍ରତିଶୃତି ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲା ରୁ ନୟନ ସହିତ ବିପ୍ର ଙ୍କ ରିପୋର୍ଟ ନୂତନ ଓଡ଼ିଶା News