ପୁରା ଖବର ବିଷୟରେ



ବିନା ଫାୟାର ସେଫ୍ଟରେ ଚାଲିଛି ବିଡ଼ି ଫେକ୍ଟ୍ରି।

Nov 14 2020 10:34AM
ବିନା ଫାୟାର ସେଫ୍ଟରେ ଚାଲିଛି ବିଡ଼ି ଫେକ୍ଟ୍ରି। ଗତକାଲି ହଠାତ ସନ୍ଧ୍ୟା ସମୟରେ କାଲିମେଳା ମାଲକାନଗିରି ମୁଖ୍ୟ ରାସ୍ତାର ବଜାର ମଧ୍ୟରେ ଥିବା ଏକ ବିଡ଼ି ଫାଢ଼ିରେ ଅଚାନକ ନିଆଁ ଲାଗି ଯାଇଥିଲା । ଫଳରେ ହଜାର ହଜାର ସଂଖ୍ୟାରେ ବିଡ଼ି ନିଆଁରେ ଜଳି ପାଉଁଶ ହୋଇଯାଇଥିଲା । ଖବର ପାଇ କାଲିମେଳା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅନୁଯାୟୀ , ଶିବପଦ ଗୋଲଦାରଙ୍କ ଘର ଭିତରେ ଚାଲିଥିବା ଏହି ପ୍ୟାକ୍ସି ଭିତରେ ଥିବା ଚୁଲାରେ ବିଡ଼ି ଗୁଡ଼ିକୁ ସେକା ଯାଉଥିବାବେଳେ ନିଆଁ ଲାଗି ଯାଇଥିଲା । ଫଳରେ ହଜାର ହଜାର ବିଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ପୋଡ଼ି ଯାଇଥିବା ବିଡ଼ିର ମୂଲ୍ୟ ୨୦ ହଜାର ଟଙ୍କାରୁ । ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ବିଡ଼ି ଫାକ୍ତିରେ ଅଗ୍ନି ନିରାପତ୍ତାକୁ ଖୋଲାଖୋଲି ଉଲ୍ଲେଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ଅଗ୍ନି ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା ନଥିଲା । ଏପରିକି ପାଣି ବାଲଟି କିମ୍ବା ବାଲି ମୁଠାଏ ନଥିଲା । ଏଥିପାଇଁ ପ୍ୟାକ୍ତି ମାଲିକ ଅଗ୍ନିଶମ ବିଭାଗରୁ କୌଣସି ଫାୟାର ସେପଟି ପ୍ରମାଣପତ୍ର ମଧ୍ୟ ପାଇନାହାଁନ୍ତି । ଖବର ପାଇ କାଲିମେଳା ଅଗ୍ନିଶମ ଅଧିକାରୀ ସନ୍ତୋଷ ପରିଡ଼ା ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ତେବେ ଫାକ୍ସି ଭିତରେ ଥିବା ଶ୍ରମିକମାନେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । କାଲିମେଳା ବ୍ଲକରେ ବିନା ଫାୟାର ସେଫ୍ଟରେ ଚାଲିଛି ବିଡ଼ି ଫାକ୍ତି । ଫାକ୍ସିରେ ଅନେକ ଶ୍ରମିକ କାମ କରୁଥିଲେ ମଧ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଫଳରେ ବିପଦକୁ ମୁଣ୍ଡାଇ କାମ କରୁଛନ୍ତି ଶ୍ରମିକା ଫାକ୍ସି ଭିତରେ ନା ଅଛି ପାଣି ବାଲଟି ନା । ଅଛି ବୋଲି । ଏପରିକି ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ନାହିଁ । ଏହିପରି ଭାବରେ କାଲିମେଳା । ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଛି ଅନେକ ବିଡ଼ି ଫାକ୍ଟ । ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗକୁ ବଡ଼ ଅଘଟଣ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ