ପୁରା ଖବର ବିଷୟରେ



ଗ୍ରାମାଞ୍ଚଳ ପାଇଁ ସରକାରଙ୍କ ସବୁ ଯୋଜନା ଏକ ପ୍ରହସନ ମାତ୍ର :

Nov 14 2020 10:06AM
ଗ୍ରାମାଞ୍ଚଳ ପାଇଁ ସରକାରଙ୍କ ସବୁ ଯୋଜନା ଏକ ପ୍ରହସନ ମାତ୍ର : ଆମେ କହୁଛୁ ଏମିତି ଏକ ଗାଁ ର କଥା ଯେଉଁ ଠାରେ କି ସ୍ଵାଧୀନତା ର ୭୪ ବର୍ଷ ପରେ ମଧ୍ୟ ବିକାଶ ର ଚିହ୍ନ ବର୍ଣ୍ଣ କିଛି ନାହିଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ମାଳ ମାଳ ଯୋଜନା ପରେ ଯୋଜନା କରିଚାଲିଥିବା ବେଳେ ବାସ୍ତବ କ୍ଷେତ୍ରରେ ଗାଁ ଗଣ୍ଡାର ଲୋକମାନଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁନି । ଖଣି ଖାଦାନ ଭରା ଥିବା ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ୍ ଅନ୍ତର୍ଗତ ,କଲତା ଗ୍ରାମପଞ୍ଚାୟତ ର ଏମିତି ଏକ ଗାଁ ହେଉଛି, "ପିଣ୍ଡି ପୋଖରୀ " ।ଏହି ଗ୍ରାମ ରେ ପ୍ରାୟ ୩୦ ଟି ପରିବାର ବସବାସ କରୁଥିବା ବେଳେ ଏହି ଗ୍ରାମରେ ନା ଅଛି ପାନୀୟ ଜଳର ବ୍ୟବସ୍ଥା, ନା ଅଛି ଶିକ୍ଷା, ସ୍ୱାସ୍ଥ୍ୟ ଭଳି କିଛି ବ୍ୟବସ୍ଥା।ଆଜି ମଧ୍ୟ ପିଇବା ପାଣି ପାଇଁ ନିକଟସ୍ଥ ନାଳ ଉପରେ ନିର୍ଭର ଶୀଳ ଏହି ଗାଁ। ଗ୍ରାମ ରେ ଥିବା ଏକ ମାତ୍ର ନଳକୂପ ଆଜକୁ ପ୍ରାୟ ୫ବର୍ଷ ହେଲା ଅଚଳ ହୋଇ ପଡିଛି।ବ୍ଲକ ମୁଖ୍ୟାଳୟରୁ ମାତ୍ର ୭/୮ କିଲୋମିଟର ଦୂରରେ ଥିବା ଏହି ଗାଁ ର ଦୃଶ୍ୟ କୁ ଦେଖିଲେ "ଦୀପ ତଳ ଅନ୍ଧାର" ଉକ୍ତିଟି କୁ ଏହି ଗାଁ ସାର୍ଥକ କରୁଥିବାର ଅନୁଭବ ହୁଏ। ଏଠାରେ ବସବାସ କରୁଥିବା ନିରୀହ ଆଦିବାସୀ ଲୋକେ କେବଳ ଯେ ସ୍ୱାସ୍ଥ୍ୟ ,ଶିକ୍ଷା, ବିଦ୍ୟୁତ, ଓ ପାନୀୟ ଜଳରୁ ବଞ୍ଚିତ ତା ନୁହେଁ, ଅଧିକାଂଶ ବୟସ୍କ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସରକାର ଙ୍କ ପକ୍ଷରୁ ବିଦ୍ୟୁତ ସଂଯୋଗ ମିଳିଛି ସତ ହେଲେ ବିଦ୍ୟୁତ ଆଲୋକ କେବେ ଦେଖି ନାହାନ୍ତି ଗାଁ ଲୋକେ। ସବୁଥିରୁ ବଞ୍ଚିତ ଏହି ଲୋକଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ରହିଛି। ସୁନ୍ଦରଗଡ ଜିଲ୍ଲା ରୁ ନୟନ ଙ୍କ ରିପୋର୍ଟ ନୂତନ ଓଡ଼ିଶା News