Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ବିର୍ଜୁ ଫେରିଲେ ନିଜ ଭିଟ ମାଟିକୁ , ଜାଣନ୍ତୁ ବିର୍ଜୁ କିଏ, ପାକିସ୍ତାନରେ କାହିଁକି ବନ୍ଦୀ ଥିଲେ :
Nov 14 2020 10:04AM
ବିର୍ଜୁ ଫେରିଲେ ନିଜ ଭିଟ ମାଟିକୁ , ଜାଣନ୍ତୁ ବିର୍ଜୁ କିଏ, ପାକିସ୍ତାନରେ କାହିଁକି ବନ୍ଦୀ ଥିଲେ : ପାକିସ୍ତାନର ଲାହୋର ଜେଲରେ ବନ୍ଦୀଥିବା ଜଣେ ଭାରତୀୟଙ୍କୁ ମୁକ୍ତି ଲାଗି ଦୁଇ ଦେଶର କୂଟନୈତିକ ସ୍ତରରେ ଚାଲିଥିଲା ଉଦ୍ୟମ । ଶେଷରେ ଭାରତର ଦାବିକୁ ପାକିସ୍ତାନ ମାନି ନେଇଥିଲା । ଦୀର୍ଘ ୨୦ ବର୍ଷ ପାକିସ୍ତାନର ଲହୋର ଜେଲରେ ବନ୍ଦୀ ଜୀବନ ବିତାଇବା ପରେ ପ୍ରଶାସନ ସହାୟତାରେ ନିଜ ଜନ୍ମମାଟିକୁ ଫେରିଛନ୍ତି ଓଡ଼ିଆ ପୁଅ ବିର୍ଜୁ କୁଲୁ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ପଞ୍ଚାୟତର ଏକ ଛୋଟିଆ ଗାଁ ଜଙ୍ଗାଟୋଲି । ୨୫ବର୍ଷ ତଳେ ବାପା କାମିଲ କୁଲୁ, ମାଆ ଟିନା କୁଲୁ, ବଡ଼ ଭଉଣୀ ବେର୍ଣ୍ଣାଦେତ କୁଲୁଙ୍କୁ ଛାଡି ମାର୍କକୁଶ କୁଲୁ ଓରଫ ବିର୍ଜୁ କୁଆଡେ ଚାଲିଯାଇଥିଲେ । ବିର୍ଜୁଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ଅନେକ ସମୟରେ ଘରୁ ଏଣେତେଣେ ଚାଲିଯାଆନ୍ତି । କିଛିଦିନ ପରେ ସେ ପୁଣି ଫେରି ଆସନ୍ତି । କିନ୍ତୁ ୨୦୦୦ ରେ ଶେଷ ଥର ବିର୍ଜୁ ଘରୁ ପାଦ କାଢିବା ପରେ ଆଉ ଫେରି ନଥିଲେ । ବହୁ ଖୋଜାଖୋଜି କରିଥିଲେ ପରିବାର ଲୋକେ । ମାତ୍ର ତାଙ୍କର ପତ୍ତା ପାଇନଥିଲେ । ବିର୍ଜୁଙ୍କୁ ଝୁରି ଝୁରି ବାପ- ମାଆ ଅନେକ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି । ବିର୍ଜୁ ଘରକୁ ନ ଫେରିବାରୁ ଗାଁ ଓ ପରିବାର ଲୋକେ ତାଙ୍କୁ ମୃତ ବୋଲି ଧରି ନେଇଥିଲେ । ଏହା ଭିତରେ ବିତିଯାଇଥିଲା ୧୯ ବର୍ଷ । ହଠାତ ୨୦୧୯ରେ ପୋଲିଶ ବିର୍ଜୁଙ୍କ ଘରେ ପହଞ୍ଚିଥିଲା । ତାଙ୍କ ବିଷୟରେ ଖୋଲତାଡ଼ ଆରମ୍ଭ କରିଥିଲା । ପୋଲିଶ ପ୍ରଶାସନଠାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ନିରୁର୍ଦ୍ଦିଷ୍ଟ ବିର୍ଜୁ ପାକିସ୍ତାନର ଲାହୋର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି । ୨୦୦୦ ରେ ଭୁଲ ବଶତଃ ସେ ପାକିସ୍ତାନ ସୀମାରେ ପଶି ଯାଇଥିଲେ । ଗୁପ୍ତଚର ଭାବି ବିର୍ଜୁଙ୍କୁ ପାକିସ୍ତାନ ସୈନ୍ୟ ଗିରଫ କରିଥିଲେ । ପରେ ତାଙ୍କୁ ଲହୋର କୋର୍ଟରେ ହାଜର କରାଯାଇଥିଲା । ସେ ମାନସିକ ବିକାରଗ୍ରସ୍ତ ଥିଲେ ମଧ୍ୟ ଲାହୋର କୋର୍ଟ କିଛି ଶୁଣିନଥିଲେ । ବିର୍ଜୁଙ୍କୁ ଜେଲକୁ ପଠାଇଦେଇଥିଲେ କୋର୍ଟ । ବିତିଗଲା ଦୀର୍ଘ ୨୦ ବର୍ଷ । ଜେଲରେ ବନ୍ଦୀ ଜୀବନ ବିତାଇଲେ ବିର୍ଜୁ । ଭାରତରେ ବନ୍ଦୀଥିବା ପାକିସ୍ତାନ ନାଗରିକଙ୍କ ମୁକ୍ତି ଓ ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତୀୟ ନାଗରିକଙ୍କ ମୁକ୍ତିଲାଗି ଦୁଇ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନାରେ ଓଡ଼ିଆ ଯୁବକ ବିର୍ଜୁଙ୍କ ପ୍ରସଙ୍ଗ ଉଠିଥିଲା । ସୁନ୍ଦରଗଡ଼ ଜିଲ୍ଳା କୁର୍ତ୍ତା ବ୍ଲକ ଜଙ୍ଗାଟୋଲି ଗାଁର ବିର୍ଜୁଙ୍କୁ ପାକିସ୍ତାନ ମୁକ୍ତ କରିବ ବୋଲି ଚୂଡ଼ାନ୍ତ ହୋଇଥିଲା । ଗତ ମାସ ୨୬ ତାରିଖରେ ତାଙ୍କୁ ପାକିସ୍ତାନ ସରକାର ମୁକ୍ତ କରିବା ସହ ୱାଘା ସୀମାନ୍ତ ଦେଇ ଭାରତକୁ ହସ୍ତାନ୍ତର କରିଥିଲେ । ବିର୍ଜୁ ଅମୃତସରରେ ପହଞ୍ଚିବା ପରେ ତାଙ୍କୁ ନରାୟଣଗଞ୍ଜର କୋଭିଡ ହସ୍ପିଟାଲରେ ରଖାଯାଇଥିଲା । କେନ୍ଦ୍ର ବିଦେଶ ମନ୍ତ୍ରାଳୟଠାରୁ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିଲା । ବିର୍ଜୁଙ୍କୁ ତାଙ୍କ ଜନ୍ମ ମାଟିକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲା । କୁତ୍ରା ବ୍ଲକ ମଙ୍ଗଳ ଅଧିକାରୀ ମଦନ ସିଂ ଏକ ବଲୋରୋ ଧରି ଗତ ୬ ତାରିଖରେ ଅମୃତସର ଅଭିମୁଖେ ବାହାରିଥିଲେ । ପ୍ରତିକ୍ଷାର ଅନ୍ତ ଘଟାଇ ବିର୍ଜୁ ଆଜି କୁତ୍ରା ବ୍ଲକ ଅଫିସରେ ପହଞ୍ଚି ଥିଲେ । ବିଡିଓ ମାନସରଞ୍ଜନ ରାୟଙ୍କ ସମେତ ବହୁ ସରକାରୀ କର୍ମଚାରୀ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ପାରମ୍ପରିକ ବାଜା , ନାଚଗୀତରେ ତାଙ୍କୁ ସ୍ୱାଗତ କରିଛନ୍ତି ଗାଁ ଓ ପରିବାର ଲୋକେ । ୨୦ବର୍ଷ ପାକିସ୍ତାନରେ ବନ୍ଦୀ ଜୀବନ ବିତାଇଥିବା ବିର୍ଜୁ ନିଜ ମାତୃଭାଷା ଭୁଲି ଯାଇଛନ୍ତି । କିନ୍ତୁ ଜନ୍ମମାଟିକୁ ଫେରି ଆପଣା ଲୋକଙ୍କୁ ଦେଖି ସେ ବହୁତ ଖୁସିଥିବା ସ୍ପଷ୍ଟ ବାରିହୋଇ ପଡୁଥିଲା । ବିର୍ଜୁଙ୍କୁ ଦେଖି ତାଙ୍କ ଭଉଣୀ କୋହ ସମ୍ବରଣ କରିପାରିନଥିଲେ । ଭୋ ଭୋଇ ହୋଇ କାନ୍ଦି ପକାଇ ଥିଲେ । ଅନ୍ୟ ପଟେ ବିର୍ଜୁକୁ ପାଇ ଗାଁ ଓ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ରୁ ନୟନ ସହିତ ଶୋଭାଗ୍ୟ ସାହୁ ଙ୍କ ରିପୋର୍ଟ ନୂତନ ଓଡ଼ିଶା News