ପୁରା ଖବର ବିଷୟରେ



ଦୀପାବଳି ରେ ହୋଇପାରୁନି ଦୀପ ବିକ୍ରି

Nov 14 2020 10:02AM
ଦୀପାବଳି ରେ ହୋଇପାରୁନି ଦୀପ ବିକ୍ରି ଦୀପାବଳି ରେ ବିକ୍ରି ହୋଇପାରିଲାନି କୁମ୍ଭାର ଙ୍କ ହାତ ତିଆରି ଦୀପାଳି | କରୋନା ଯୋଗୁଁ ପ୍ରଭାବିତ କୌଳିକ ବୃତ୍ତି,ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଅନେକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଥିବା ବେଳେ ପ୍ରଭାବିତ ହୋଇଛନ୍ତି କୌଳିକ ବୃତ୍ତି କରି ଚଲୁଥିବା କୁମ୍ଭାର ପରିବାର | ହାଟ ବଜାର, ଯାନୀ ଯାତ୍ରା ଆଦି ଏକ ପ୍ରକାର ବନ୍ଦ ହୋଇଯିବା ଯୋଗୁଁ ଏମାନଙ୍କ ଦୁନିଆରେ ଚଳିବା କଷ୍ଟକର ହୋଇପଡ଼ିଅଛି | ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଖାତିଗୁଡା ଗ୍ରାମ ରେ 90 ରୁ ଉର୍ଧ୍ଵ ପରିବାର ବହୁବର୍ଷ ପୂର୍ବରୁ କୁମ୍ଭାର କାମ କରି ଜୀବିକା ନିର୍ଵାହ କରି ଆସୁଛନ୍ତି | ଏଠାର ମାଟି ତିଆରି ମାଟି ହାଣ୍ଡି, କଳସ ଆଦି ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିଥିବା ବେଳେ, ପୂର୍ବରୁ ପରମ୍ପରା ଅନୁଯାଇ ଦୀପାବଳୀ ଯେ କୌଣସି ପର୍ବରେ ମାଟି ତିଆରି ଦୀପ ର ଚାହିଦା ଅଧିକ ଆବଶ୍ୟକ ପଡିଥାଏ, ଗାଁ ଗାଁ ଭୁଲି ଏହିଠାରୁ ଲୋକେ ଯାଇ ମାଟି ତିଆରି ଜିନିଷ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି| ସବୁ ବର୍ଷ ଦୀପାବଳି ରେ ଏମାନଙ୍କ ର ହାତ ତିଆରି ଜିନିଷ ର ଚାହିଦା ଅଧିକା ଥିବାବେଳେ ଚଳିତ ବର୍ଷ ମଧ୍ୟ ଏହି ପରିବାର ମାନେ ଦୀପାବଳି କୁ ଆଖି ଆଗରେ ରଖି ପ୍ରଚୁର ପରିମାଣରେ ମାଟିଦ୍ଵୀପ, କଳସ ଆଦି ତିଆରି କରି ବିକ୍ରି କରିବାକୁ ଆଶାବାନ୍ଧି ଥିବା ବେଳେ କରୋନା କଟକଣା ଏମାନଂକ ଆଶା ଓ ସ୍ବପ୍ନ କୁ ଚୁରମାର କରିଦେଇଥିବା କହିଛନ୍ତି, ସେମାନଙ୍କ କହିବା ଅନୁଯାଇ ପ୍ରତିବର୍ଷ ଦୀପାବଳି ରେ ଗୋଟିଏ ଗୋଟିଏ ପରିବାର 15 ରୁ 20 ହଜାର ଟଙ୍କା ର ମାଟି ପାତ୍ର ବିକ୍ରି କରୁଥିବା ବେଳେ ଚଳିତ ବର୍ଷ ଏଥିରୁ ଶତକଡ଼ା 20 ଭାଗ ମଧ୍ୟ ବିକ୍ରି ହୋଇନଥିବା କହିଛନ୍ତି | କରୋନା ଯୋଗୁଁ ଚଳିତ ବର୍ଷ ଏମାନଙ୍କ ସାମଗ୍ରୀ ବିକ୍ରି ନହୋଇ ରହିଯାଇଥିବା ଯୋଗୁଁ କ୍ଷତି ସହିବା ସହ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଅଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି |ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଟି ତିଆରି ଜିନିଷ ର ବିକ୍ରି ସକାଶେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ତେନ୍ତୁଳିଖୁଣ୍ଟିରୁ ମୁନ୍ନା ଦଳେଇଙ୍କ ରିପୋଟ ନୂତନ ଓଡିଶା news