ପୁରା ଖବର ବିଷୟରେ



ରାସ୍ତା ଦୁର୍ଘଟଣାରେ ଦୁଇ ବର୍ଷର ଶିଶୁ ମୃତ : ଉତ୍ତ୍ୟକ୍ତ ଲୋକେ ଭାଙ୍ଗିଲେ କାର :

Nov 13 2020 11:07AM
ରାସ୍ତା ଦୁର୍ଘଟଣାରେ ଦୁଇ ବର୍ଷର ଶିଶୁ ମୃତ : ଉତ୍ତ୍ୟକ୍ତ ଲୋକେ ଭାଙ୍ଗିଲେ କାର : କାର ଚକ ତଳେ ଜନୈକ ଦୁଇ ବର୍ଷୀୟ ଶିଶୁର ଜୀବନ ଦୀପ ଲିଭିଗଲା । ଏହି ଘଟଣାରେ ଉତ୍ୟକ୍ତ ହୋଇ ଲୋକେ ଭାଙ୍ଗି ଦେଲେ କାରକୁ । ରଘୁନାଥପାଲୀ ଥାନା ଅନ୍ତର୍ଗତ ଲେବର ଟୁର୍ଣ୍ଣାମେଣ୍ଟ ଅଞ୍ଚଳ ସ୍ଥିତ ନେତାଜୀ ନଗର ବାସୀନ୍ଦା ରିଙ୍କୁ କଂସାରିଙ୍କ ଦୁଇ ବର୍ଷର ପୁଅ ପଞ୍ଚୁ କଂସାରୀ ଦାଣ୍ଡ ଅଗଣାରେ ଖେଳୁଥିବା ବେଳେ ଓଡି ୧୪ ପି ୦୩୫୬ ନଂ ଏକ କାରଟି ସୋସିଆଲ ହୋମ ପଟୁ ଦ୍ରୁତ ଗତିରେ ଆସି ଶିଶୁଟିର ମୁଣ୍ଡ ଉପରେ ଚଢି ଯାଇଥିଲା । ଉପସ୍ଥିତ ଲୋକେ ଘଟଣାକୁ ଦେଖି ପାଟି କରିବା ପରେ ମଧ୍ୟ କାର ଚାଳକ ପ୍ରମୋଦ ମଲ୍ଲିକ ଗାଡିକୁ ପଛକୁ କରି ନ ଥିଲା । ସ୍ଥାନୀୟ ବାସୀନ୍ଦା କାର ଚକାତଳୁ ଶିଶୁ ପଞ୍ଚୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆରଜିଏଚ ନେଇଥିବା ବେଳେ ସେଠାରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଶିଶୁଟି ମୃତ୍ୟୁ ବରଣ କରିବା ପରେ ମର ଶରୀରକୁ ରଖି ରାସ୍ତା ଅବରୋଧ କରିବା ସହ ଉତ୍ୟକ୍ତ ହୋଇ କାରଟିକୁ ଭାଙ୍ଗି ଦେଇଥିଲେ । ଘଟଣାସ୍ଥଳରେ ପିସିଆର ଭେନ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଚାଳକକୁ ଉଦ୍ଧାର କରିଥିଲେ । ପରେ ଘଟଣାସ୍ଥଳକୁ ଜୋନାଲ ଡିଏସପି ସାନ୍ତା ହାଁସଦା ରଘୁନାଥପାଲି ପୋଲିଶ ସହ ପହଞ୍ଚି କ୍ଷତି ପୂରଣ ପାଇଁ ଅଡି ବସିଥିବା ଲୋକଙ୍କୁ ବୁଝାଶୁଝା କରିଥିଲେ । ଶିଶୁଟିର ମୃତଦେହ ଶବ ଗୃହରେ ଅଛି । ଏହି ଘଟଣାରେ ପୋଲିଶ ଏକ ମାମଲା ରୁଜୁ କରିବା ସହ ଘୁର୍ଘଟଣା ଘଟାଇଥିବା କାରକୁ ଯବତ କରିଛି । ସୁନ୍ଦରଗଡ ଜିଲ୍ଲା ରୁ ନୟନ ଙ୍କ ରିପୋର୍ଟ ନୂତନ ଓଡିଶା News