ପୁରା ଖବର ବିଷୟରେ



ଶିଶୁ ପତ୍ରିକା ଶୁଆ-ଶାରୀ ଉନ୍ମୋଚନ ଓ କରୋନା ଯୋଦ୍ଧାଙ୍କୁ ସମ୍ମାନ :

Nov 13 2020 11:06AM
ଶିଶୁ ପତ୍ରିକା ଶୁଆ-ଶାରୀ ଉନ୍ମୋଚନ ଓ କରୋନା ଯୋଦ୍ଧାଙ୍କୁ ସମ୍ମାନ : ସୁନ୍ଦରଗଡ଼ ଜିଲ୍ଲା ଟେନସା ରୁ ରାଜ୍ୟ ସ୍ଥରୀୟ ପ୍ରକାଶ ପାଉଥିବା ତ୍ରୈମାସିକ ଶିଶୁ ପତ୍ରିକା ଶୁଆ-ଶାରୀ ପରିବାର ପକ୍ଷରୁ ପୂଜା ସଂଖ୍ୟା ଉନ୍ମୋଚନ ଓ କରୋନା ଯୋଦ୍ଧାଙ୍କୁ ସମ୍ମାନ ସମାରୋହ କୋଇଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇ , କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ରାଣୀ ରାଜ , କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଯୋଗ ଦେଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଜିନ୍ଦଲ ଖଣିର ଉପସଭାପତି ପ୍ରମୋଦ କୁମାର ପାତ୍ର ,ଅନ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ , ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ , ସମାଜସେବୀ ଅନୀଲ ବାର୍ଲା,ବଣାଇ ସମ୍ବାଦିକ ସଙ୍ଘ ର ସଭାପତି ପ୍ରଦୀପ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।ପ୍ରଥମେ ଅତିଥି ମାନେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପଜ୍ଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ତ୍ରୈମାସିକ ଶିଶୁ ପତ୍ରିକା ଶୁଆ-ଶାରୀ କୁ ଉନ୍ମୋଚନ କରି ଓଡ଼ିଆ ଶିଶୁ ସାହିତ୍ୟ , ମାତୃଭାଷା , ଓ ଶୁଶୁ ପତ୍ରିକା ଶୁଆ-ଶାରୀ ମଧ୍ୟମରେ ଅନେକ କିଶୋର କିଶୋରୀ ମାନଙ୍କ ଜୀବନରେ ବେଶ ପ୍ରଭାବ ପକାଇ ପାରିବ ବୋଲି ଉପସ୍ଥିତ ଅତିଥିଗଣ ବକ୍ତବ୍ୟ ରଖିଥିଲେ । ଆଜି ପର୍ଯ୍ୟନ୍ତ ଦେଶରୁ କରୋନା ମହାମରୀ କୁ ଦୂର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଡାକ୍ତର , ସରପଞ୍ଚ , ବ୍ଲକଅଧ୍ୟକ୍ଷ, ସମାଜସେବୀ , ଶିଶୁପ୍ରତିଭା , ସମ୍ବାଦିକ ମାନଙ୍କୁ ଶିଶୁ ପତ୍ରିକା ତରଫରୁ ଅତିଥି ମାନଙ୍କ ଦ୍ୱାରା କରୋନା ଯୋଦ୍ଧା ସମ୍ମାନିତ କରାଯାଇଥିଲା । ସଭା ଆରମ୍ଭରେ ଶୁଆ-ଶାରୀ ଶିଶୁ ପତ୍ରିକାର ମୁଖ୍ୟ ସମ୍ପାଦକ ସମୀର କୁମାର ପାଢୀ ସ୍ୱାଗତ ଭାଷଣ ଦେବା ସହ ପତ୍ରିକା ର ଜୀବନୀ ଉପରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଡାକ୍ତର ଏପି ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ସଂଯୋଜନା କରିଥିଲେ । ସମ୍ବାଦିକ ସୁନିଲ କୁମାର ପଣ୍ଡା ସ୍ୱାଗତ ସଙ୍ଗୀତ ପରିବେଷଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶୁଆ-ଶାରୀ ପତ୍ରିକାର ପରିଚାଳକ ପୁଷ୍ପିତା ରାଣୀ ପାଢ଼ୀଙ୍କ ସହ ସହସମ୍ପାଦକ ଅଭିନାଶ ଶର୍ମା , ସୁନିଲ ପଣ୍ଡା , ସୁଶାନ୍ତ ଧଳ , ସଂଜୀବ ମହାପାତ୍ର , ଲମ୍ବୋଦର ବାରିକ , ବିଜୟ କୁମାର ଦାସ , ସୁଦାମ ବାରିକ , ରାକେଶ ମହାନ୍ତି , ଖଗେଶ୍ବର ତରେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସୁନ୍ଦରଗଡ ଜିଲ୍ଲା ରୁ ନୟନ ଙ୍କ ରିପୋର୍ଟ ନୂତନ ଓଡିଶା News