ପୁରା ଖବର ବିଷୟରେ



ଖଣି ମାଟି ଯୋଗୁ ମୁଣ୍ଡରେ ହାତ ଦେଲେଣି ଚାଷୀ କୂଳ :

Nov 13 2020 11:04AM
ଖଣି ମାଟି ଯୋଗୁ ମୁଣ୍ଡରେ ହାତ ଦେଲେଣି ଚାଷୀ କୂଳ : କୋଇଡା ବ୍ଲକର ଡେ଼ଙ୍ଗୁଲା ପଂଚାୟତ ର ତିନ୍ତ ଗ୍ରାମରେ ବସବାସ କରନ୍ତି ପାଖାପାଖି ଚାଳିଶ ରୁ ପଚାଶ ପରିବାର l ଆଉ ପାଖରେ ଅଛି କୋଇଡା ଖଣି ଉପନିର୍ଦେଶକଙ୍କ ଅଧୀନରେ ଥିବା ଏସ. ଏନ ମହାନ୍ତି ଲୌହ ଖଣି l ଗ୍ରାମର ଅଧିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି l ଅଧିବାସୀ ଯେଉଁ ଚାଷ କରିଥାନ୍ତି ପାଣି ପାଇଁ ବର୍ଷା ଏବଂ ପାହାଡ଼ରୁ ଝରୁଥିବା ନାଳ ଉପରେ ନିର୍ଭର କରିଥାନ୍ତି lସରକାରଙ୍କ ତରଫରୁ କୃଷି ଜମି ଜଳସେଚନ ପାଇଁ ଏପରି କି ଏଲ ଆଇ ପଏଣ୍ଟ ମଧ୍ୟ ଯୋଗାଇ ଦିଆ ଯାଇ ନାହିଁ l କିନ୍ତୁ ବିଡ଼ମ୍ବନା ର ବିଷୟ ଯେ ଅତି ନିକଟରେ ଥିବା ଏସ. ଏନ. ମହାନ୍ତି ଲୌହ ଖଣି ତରଫରୁ ମଧ୍ୟ ପରିପାର୍ଶିକ ଉନ୍ନତି ପାଇଁ କିଛି ମଧ୍ୟ ଯୋଗାଇ ଦିଆ ଯାଇ ନାହିଁ l ପରନ୍ତୁ ଓଲଟା ଖଣିର ଲାଲ ମାଟି ସବୁ ନାଳ ଦେଇ ଆସି ଚାଷ ଜମି ଗୁଡିକରେ ମାଡି ଯାଇଛି ବୋଲି ସ୍ଥାନିୟ ଚାଷୀ ଅଭିଯୋଗ କରିଛନ୍ତି lକଷ୍ଟେ ମଷ୍ଟେ ଯେଉଁ ଧାନ ଚାଷ ଗଣ୍ଡାଏ ହୋଇଛି ସବୁ ଲାଲ ପଡି ମରିଯାଇଛି l କିପରି ବର୍ଷ ତମାମ ନିଜ କୁଟୁମ୍ବ କୁ ଚଳାଇବେ ବୋଲି ସ୍ଥାନିୟ ଚାଷୀ ଅଭିଯୋଗ କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ରୁ ନୟନ ଙ୍କ ରିପୋର୍ଟ ନୂତନ ଓଡିଶା News