ପୁରା ଖବର ବିଷୟରେ



କରୁକୋଣ୍ଡା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମ୍ମିକ୍ଷା କଲେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାନ୍ୟବର ବିଧାୟକ ପୁର୍ଣ ଚନ୍ଦ୍ର ବାକା }

Nov 13 2020 11:02AM
{ କରୁକୋଣ୍ଡା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମ୍ମିକ୍ଷା କଲେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାନ୍ୟବର ବିଧାୟକ ପୁର୍ଣ ଚନ୍ଦ୍ର ବାକା } ଆଜି କରୁକୋଣ୍ଡା ପଞ୍ଚାୟତ ସମିତି ବୈଠକ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ,କରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ରଙ୍କ ଉପସ୍ଥିତିରେ ଆଜିର ସମିତି ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ,ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ପୁର୍ଣ ଚନ୍ଦ୍ର ବାକା , ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ ,କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ,କରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ଇର୍ମା କବାସୀ,ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା ,ଯୁବ ନେତା ଜଗନ୍ନାଥ ମାଝୀ ଓ ସାଂସଦ ବ୍ଲକ ପ୍ରତିନିଧି ସତ୍ୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କରୁକୋଣ୍ଡା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଚାଲିଥିବା ଶିକ୍ଷା ,ସ୍ୱାସ୍ଥ୍ୟ ,ରାସ୍ତାଘାଟ ,ପାନୀୟ ଜଳ, କୃଷି ସମସ୍ୟା,ଧାନ ମଣ୍ଡି ,ଏମ ଜି ଏନ୍ ଆର୍ ଜି ଏସ୍ କାର୍ଯ୍ୟ ,ଆଇସିଡିଏସ ,ଜଙ୍ଗଲ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।