ପୁରା ଖବର ବିଷୟରେ



ସାଂସଦ ଓ ବିଧାୟକ ଙ୍କ ଦ୍ୱାରା ହିତାଧିକାରୀ ଙ୍କ କାର୍ଯ୍ୟାଦେଶ ଓ ପେନସନ ବଣ୍ଟନ

Nov 12 2020 3:23PM
ସାଂସଦ ଓ ବିଧାୟକ ଙ୍କ ଦ୍ୱାରା ହିତାଧିକାରୀ ଙ୍କ କାର୍ଯ୍ୟାଦେଶ ଓ ପେନସନ ବଣ୍ଟନ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ର ଚାରଟି ପଂଚାୟତ ତଥା ଦିଗି, ତେନ୍ତୁଳୀଖୁଣ୍ଟି, ପୂଜାରୀଗୁଡା, ଓ ଅଞ୍ଚଳ ଗୁମା ପୃଥକ ଭାବେରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଓ ବିଧାୟକ ସଦାଶିବ ପ୍ରଧାନୀ ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ ହିତାଧିକାରୀ ମାନଙ୍କୁ ଆବାସ କାର୍ଯ୍ୟାଦେଶ ଓ ପେନସନ ବାଣ୍ଟିଥିଲେ ! ଏହି କରୋନା ମହାମାରୀ ରୁ କିପରି ରକ୍ଷା ପାଇବ, ସାମାଜିକ ଦୂରତା ରକ୍ଷା କରିବା ପାଇଁ ଉଭୟ ପରାମର୍ଶ ଦେଇଥିଲେ !ଏବଂ ପ୍ରତ୍ୟେକ ପଂଚାୟତ ରେ ସମସ୍ତ ହିତାଧିକାରୀ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ !ସରକାରୀ ସୂଚନା ଅନୁଯାୟୀ ପୂଜାରୀଗୁଡା ପଂଚାୟତ 43, ଦିଗି 58, ଅଞ୍ଚଳ ଗୁମ୍ମା 23, ତେନ୍ତୁଳୀଖୁଣ୍ଟି 38, ପରଜା ବାରେଙ୍ଗ ପଦର 15, ମଞ୍ଚଗାଁ 41, ଲମତାଗୁଡା 72, ଦେଓପାଲି 3ଗୋଟି ଆବାସ କାର୍ଯ୍ୟାଦେଶ ବାଣ୍ଟିଥିଲେ ! ସେହିପରି ପେନସନ ପ୍ରତ୍ୟକ ପଂଚାୟତରେ 73ଟି ବାଣ୍ଟିଥିବା ଜଣାପଡିଛି !ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଅକ୍ଷମିତା କାର୍ତିକ, ବିଜେଡି ବରିଷ୍ଠ ନେତା ନାରାୟଣ ପାତ୍ର, ବ୍ଲକ ସଭାପତି ପ୍ରଫୁଲ୍ଲ ନାଗ, ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକ, ଉପାଧ୍ୟାକ୍ଷ ତନୟ ସାଗର, ରମେଶ ସାହୁ, ସୁଧୀର ଖୁରା, ଅଞ୍ଚଳ ଗୁମା ସରପଞ୍ଚ ସୂର୍ଯ୍ୟ ରନ୍ଧାରୀ, ମିନତୀ ନାୟକ, ମୁର୍ତ୍ୟୁଞ୍ଜୟ ନାୟକ, ମଣ୍ଟୁ ଭତରା,ଗାଜେନ୍ଦ୍ର ସାଗରୀୟା, ଏବଂ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ! ତେନ୍ତୁଳିଖୁଣ୍ଟି ରୁ ମୁନ୍ନା ଦଳେଇଙ୍କ ରିପୋଟ ନୂତନ ଓଡିଶା news