ପୁରା ଖବର ବିଷୟରେ



ସର୍ଚ୍ଚ ସମୟରେ ବ୍ୟାପକ ଗୁଳି ଓ ବୋମା ଜବତ ।

Nov 12 2020 3:21PM
ମାଲକାନଗିରି ଜିଲ୍ଲା ପୋଲିସ କୁ ସର୍ଚ୍ଚ ଅପରେସନ ବେଳେ ବଡ ସଫଳତା । ସର୍ଚ୍ଚ ସମୟରେ ବ୍ୟାପକ ଗୁଳି ଓ ବୋମା ଜବତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଏସ ଓ ଜି, ବିଏସଏଫ ଓ ଡିଭିଏଫ ର ମିଳିତ ସର୍ଚ୍ଚ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ସୁରକ୍ଷା କର୍ମୀ ଙ୍କୁ ହ୍ୟାଣ୍ଡ ଗ୍ରେନେଡ଼ , ବହୁ ଥ୍ରୀନଟ ଥ୍ରୀ ଓ ନାଇନ ଏମ ଏମ ଗୁଳି ଜବତ ହୋଇଛି । ମାଓବାଦୀ ଙ୍କ ଦ୍ଵାରା ଏହି ମାଓ ସାମଗ୍ରୀ ଲୁକ୍କାୟିତ ଭାବେ ରଖାଯାଇଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ତେବେ ଏହା ମାଓବାଦୀଙ୍କ ଏକ ଯୋଜନା କୁ ପଣ୍ଡ କରିବା ସହ ଶକ୍ତ ଝଟକା ଦେଇଛି ।