ପୁରା ଖବର ବିଷୟରେ



ଅର୍ଥ ସାଜିଲା ବାଧକ ଅର୍ଥ ଲାଗି ମା ଓ ପୁଅ ଙ୍କ ଗଲା ବହୁମୂଲ୍ୟ ର ଦୁଇ ଜିବନ.....

Nov 6 2020 9:53PM
ଅର୍ଥ ସାଜିଲା ବାଧକ ଅର୍ଥ ଲାଗି ମା ଓ ପୁଅ ଙ୍କ ଗଲା ବହୁମୂଲ୍ୟ ର ଦୁଇ ଜିବନ..... ରୋଗିଣା ପୁଅ କୁ ଅର୍ଥ ଅଭାବରୁ ଚିକିତ୍ସା କରାଇ ନପାରି ଚିକିତ୍ସା ଅଭାବରୁ ମୂର୍ତ୍ୟୁ ବରଣ କଲେ ପୁଅ । ପୁଅ ର ମୃତ୍ୟୁ ରେ ମୀୟମାଣ ହୋଇ ଆଜି ମା ମଧ୍ୟ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କଲେ, ଏହି ପରି ହୃଦୟ ଥରା ବିଦାରକ ଦୃଶ୍ୟ ଦେଖିବା କୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜାମଦୋରା ଗ୍ରାମରେ ମା ଓ ପୁଅ ର ଶବ ଘର ଭିତରୁ ଠାବ କରାଯାଇଛି,। ମା ସାଇବେଣି ହରିଜନ ବୟସ (୬୫) ମା ଙ୍କ ଶବ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଥିବାବେଳେ ପୁଅ ତୁଳସୀ ରାମ ହରିଜନ (୪୫) ପୁଅ ଙ୍କ ଶବ ଘର ଭିତରେ ଚଟାଣ ରେ ପଡି ରହିଛି। ଏହି ସମ୍ପର୍କରେ ରାଇଘର ଥାନା ରେ ଗ୍ରାମବାସୀ ଣାଇବା ପରେ ରାଇଘର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଉଭୟ ଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛନ୍ତି। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଦୀର୍ଘ ଦିନ ହେଲା ତୁଳସୀ ରାମ ଙ୍କ ଶରୀର ଅସୁସ୍ଥ ଥିଲା ଓ ପାରିବାରିକ ସମସ୍ୟା ଲାଗି ରହିଥିଲା। ନବରଙ୍ଗପୁର ରୁ ରିପୋର୍ଟ ବର୍ତ୍ତ ହରିଜନ ସହ ଏସ୍ ଏନ୍ ପଟନାୟକ ନୂତନ ଓଡିଶା ନିୟୁଜ