ପୁରା ଖବର ବିଷୟରେ



୨୮ ଦିନରେ ପଂହଁଚିଲା ପଥରମୁଣ୍ଡା କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ ଫିଟୁନି ସମାଧାନର ରାସ୍ତା।

Nov 6 2020 9:39PM
୨୮ ଦିନରେ ପଂହଁଚିଲା ପଥରମୁଣ୍ଡା କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ ଫିଟୁନି ସମାଧାନର ରାସ୍ତା। Reporter-ବିଜୟ କୁମାର ବେହେରା(ଅନୁଗୋଳ) ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ କୋଇଲା ଖଣିରେ ନିଯୁକ୍ତି ଦାବି ନେଇ ପଥରମୁଣ୍ଡା ଗ୍ରାମର ୩୦ କ୍ଷତିଗ୍ରସ୍ତ ପରିବାର ଚଳିତ ମାସ ୯ ତାରିଖରୁ ଶାନ୍ତିପୂଣ୍ଣ ଆନ୍ଦୋଳନ ଜାରିରହିଛି। ଗତ ମାସ ଶନିବାର ଠାରୁ ଗ୍ରାମବସୀଙ୍କ ଆନ୍ଦୋଳନ ୨୮ ଦିନରେ ପହଁଚି ଥିଲେ ମଧ୍ୟ କୋୖଣସି ସମାଧାନର ରାସ୍ତା ବାହାରି ନାହିଁ । ଏ ନେଇ ତାଳଚେର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗତ ୧୯ ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମାଧାନ ପାଇଁ ବୈଠକ ବସିଥିଲା । ଏହି ବୈଠକରେ କଣିହାଁ ତହସିଲଦାର, MCL ଅଧିକାରୀ, MCL କତ୍ତୃପକ୍ଷ, ସମେତ ଆନ୍ଦୋଳନ କାରୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦୋଳ, ପୋଲିସି ପ୍ରଶାସନ ପ୍ରମୁଖ ସାମିଲ୍ ଉପସ୍ଥିତ ଥିଲେ । କିନ୍ତୁ କୌଣସି ସମାଧାନ ର ରାସ୍ତା ବହାରିନଥିଲା । ଏହି ନିଯୁକ୍ତି ସମସ୍ୟା ନେଇ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଏକ ପତ୍ର ମାଧ୍ୟମରେ ଉଚ୍ଚସ୍ତରୀୟ ବୈଠକ କରାଯିବା ନେଇ ଶେଷରେ ଆଲୋଚନା ହୋଇଥିଲା ।ଆନ୍ଦୋଳନ କାରୀଙ୍କ ପରିବାରକୁ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ଷତିଗ୍ରସ୍ତ ପ୍ରଜାମାନେ ରୋକ୍ ଠୋକ୍ ଚେତାଇ ଦେଇଥିଲେ । ପଥରମୁଣ୍ଡା ଗ୍ରାମର କ୍ଷତିଗ୍ରସ୍ତ ପ୍ରଜା ଇଞ୍ଚେ ବି ଜାଗା ଛାଡିଦେବୁ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି। ୧୦ମ ଓ ୧୧ତମ RPDC ବୈଠକ ନିଷ୍ପତି ଅନୁଯାଇ ପଥରମୁଣ୍ଡା ଗ୍ରାମକୁ ସ୍ୱତନ୍ତ୍ର ମାନ୍ୟତା ଘୋଷଣା କରାଯାଇଥିଲା ।ଏବଂ କଣିହାଁ ଖୋଲାମୁଁହ ଖଣିକୁ ଅଚଳ କରିଦେବୁ ବୋଲି ଆନ୍ଦୋଳନ କାରି ତଥା ପଥରମୁଣ୍ଡା ଗ୍ରାମର ପୂର୍ବତନ ସଭାପତି ବିଜୟ କୁମାର ଦାସ ,ଯତିନ୍ଦ୍ର ସାହୁ,ଯୁବ ସଙ୍ଗଠକ ଜଗନ୍ନାଥ ପ୍ରସାଦ ସାହୁ,ଅଲାମ ସାହୁ ନିରୋଦ କୁମର ସାହୁ,ଶାନ୍ତିଲତା ଦାସ ,ଶ୍ରୀମତୀ ସାହୁ , ଘାଷିରାମ ଦାସ , ପ୍ରମୁଖ ଚେତାବନୀ ଦେଇଛନ୍ତି ।କିନ୍ତୁ ଏବେ ନୀତି ନିୟମ ପାଠ ପଢ଼ାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଆନ୍ଦୋଳନକାରି କ୍ଷୋଭ ପ୍ରକାଶ କରିଛନ୍ତି। MCL ଦୋ ମୁହାଁ ଓ ଟାଳଟୁଳ ନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କ୍ଷତିଗ୍ରସ୍ତ ପ୍ରଜା ଚେତାବନୀ ଦେଇଛନ୍ତି ।