Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୪ଗୋଟି ଲେବର କୋଡ଼ ବିରୋଧରେ ଦାବି ପ୍ରଦାନ କରାଯାଇଛି।
Nov 4 2020 10:00PM
ଭାରତୀୟ ମଜଦୁର ସଂଘର କେନ୍ଦ୍ର ଏବଂ ରାଜ୍ୟ ନିଷ୍ପତ୍ତି ଅନୁଯାୟୀ ଆଜି ଭାରତର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୪ଗୋଟି ଲେବର କୋଡ଼ ବିରୋଧରେ ଦାବି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଜି ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ଵର ଦାସ ଏବଂ ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ ଙ୍କ ନେତୃତ୍ୱରେ ରାୟଗଡ଼ା ଜଗନ୍ନାଥ ମନ୍ଦିର ଠାରେ କୋଭିଡ୍ ୧୯କୁ ଦ୍ରୁଷ୍ଟି ରେ ରଖି ସାମାଜିକ ଦୂରତାକୁ ବଜାୟ ରଖି ସଂଘର ପ୍ରତିନିଧି ମାନେ ଏକତ୍ରିତ ହୋଇ, ସହର ମୂଖ୍ୟ ରାସ୍ତା ଦେଇ ଏକ ପଦ ଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୋପିନାଥ ଗୌଡ଼ , ଅରୁଣ କୁମାର ଲେଙ୍କା, ସହଦେବ ନାଏକ,ଉଷାରାଣୀ ଦାସ, ଜୟନ୍ତୀ ମହାରଣା, କୃଷ୍ଣ ସିଂ, ଦୁର୍ଗା ମାଧବ ଘୋଷ, କସ୍ତୁରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଦାବି ମଧ୍ୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ ଆଇନ ବିରୋଧରେ ଏହି ଆନ୍ଦଳନ ଶ୍ରମ ସଂସ୍କାର ନାମରେ ପୁଞ୍ଜିପୋତି ମାନଙ୍କ ହାତକୁ ମଜବୁତ କରିବା ଓ ସ୍ୱାଧୀନତା ପରଠାରୁ ଚାଲି ଆସୁଥିବା ଶ୍ରମିକ ଆନ୍ଦୋଳନକୁ ଦୁର୍ବଳ କରିବା ଉଦ୍ଧେଶ୍ୟରେ 4ଲେବର କୋଡ଼ ଆଣିଛନ୍ତି ଭାରତ ସରକାର। ଭାରତ ସରକାର 29ଟି ଶ୍ରମ ଆଇନ କୁ ନିରୋସ୍ତ କରି 4ଗୋଟି ଲେବର କୋଡ଼, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ, ଦେଶବ୍ୟାପୀ ଲାଗୁ କରିବା ପାଇଁ ସମସ୍ତ ବିଭାଗକୁ କାମରେ ଲଗେଇ ଦେଇଛନ୍ତି। ଗେଜେଟ ବିଜ୍ଞପ୍ତି ଜାରି ହୋଇ ସାରିଛି। 4କୋଡ଼ ସମ୍ଭଧିତ ନିୟମ ଆସନ୍ତା ଫେବୃଆରୀ2021ସୁଦ୍ଧା ଆଣି ଏପ୍ରିଲ ୧ ତାରିଖରୁ ସମଗ୍ର ଦେଶରେ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ଯାହା ଆଗାମୀ ଦିନରେ ଶ୍ରମିକ ଓ ଶ୍ରମ ସଂଗଠନ ଉଭୟଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିବ। 4ଗୋଟି ଶ୍ରମିକ କୋଡ଼ ଯଥା- ୱଜ କୋଡ଼2019, ସାମାଜିକ ନିରାପତ୍ତା କୋଡ଼2020, ଶିଳ୍ପ ସମ୍ପର୍କ କୋଡ଼2020 , ବୃତ୍ତିଗତ ସୁରକ୍ଷା କାର୍ଯ୍ୟସ୍ଥଳ ପରିସ୍ଥିତି ଓ ସ୍ୱାସ୍ଥ୍ୟ କୋଡ଼2020 ଏହିସବୁ ତୁରନ୍ତ ଭାରତ ସରକାର ବନ୍ଦ କରି ଯଦି ସଂଶୋଧନ ନ କରନ୍ତି ତେବେ ଆଗାମୀ ଦିନରେ ଭାରତୀୟ ମୋଜଦୂର ସଂଘ ଦୃଢ଼ ଜବାବ ଦେବା ସହ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଭାରତୀୟ ମୋଜଦୂର ସଂଘ ଚେତାବନୀ ଦେଇଛନ୍ତି।