ପୁରା ଖବର ବିଷୟରେ



ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଭବିଷ୍ୟତ

Nov 4 2020 9:49PM
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଭବିଷ୍ୟତ ***************************** ନିୟତି ର ଚକ ତଳେ ପେଶି ହୋଇ ଅଭାବୀ ମଣିଷ କେତେବେଳେ ପ୍ରକୃତି ପାଇଁ କାନ୍ଦେ ତ କେତେବେଳେ ପେଟ ପାଇଁ ।। ପୁଅ କୁ ପାଠ ପଢେଇ ମଣିଷ କରିବ ବୋଲି ବିଧବା ମା ବାହାର ରାଜ୍ୟରେ ଖଟୁଛି, ଘରେ ଛାଡି ଯାଇଛି ବାପ ଛେଉଣ୍ଡ ପୁଅ ଝିଅ ଙ୍କୁ, ଆଶା କିଛି ଉପାର୍ଜନ କରି ଆଣିଲେ ସଂସାର ରଥ ସୁରୁଖୁରୁରେ ଗଡିଯିବ।। ଦେଖିଲା ବେଳକୁ ପ୍ରକୃତି ର ବିଚାର ଅଲଗା।। ଦୁଃଖ ଉପରେ ଦୁଃଖ, ଆହାଃ କହିବାକୁ କେହି ନାହାଁନ୍ତି, ଏ ଭଲି ଏକ ଅଭାବନୀୟ ଘଟଣା ଗୋଳାମୁଣ୍ଡା ବ୍ଲକ ଖଲିଆକାନୀ ଗ୍ରାମ ରେ ଦେଖିବାକୁ ମିଳିଛି।। ପଢୁଆ ପୁଅ ପ୍ରଫୁଲ୍ଲ ଜଗତ ଭଉଣୀ ର ଅସୁସ୍ଥତା ଖବର ପାଇ ଦେଖିବାକୁ ଯାଇ ରାତିରେ ଘରକୁ ଫେରୁଛି ଆଉ ଗାଁ ରୁ ଫୋନ୍ ଆସିଛି ଘରୁ ଧୁଆଁ ବାହାରୁଛି।। ତରତର ହୋଇ ଆସି ଦେଖିଲା ବେଳକୁ ନିଆଁ ରେ ସବୁକିଛି ଦଗ୍ଧ ହୋଇଯାଇଛି।। ଅଗ୍ନିଶମ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରାଯାଇଛି ହେଲେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର, ଜମି କାଗଜପତ୍ର, ଆସବାବପତ୍ର କୁ ଉଦ୍ଧାର କରାଯାଇ ପାରିନାହିଁ ।। ସବୁକିଛି ଆଖିଆଗରେ ଜଳି ଛାରଖାର ହୋଇଯାଇଛି ।। ଘରେଥିବା ଖାଦ୍ୟ ବି ବାଦ୍ ପଡିନି, ଏ ବିପଦରୁ କେମିତି ଉଦ୍ଧାର ପାଇବ, ନିଜ ଭବିଷ୍ୟତ କ'ଣ ହେବ , ମୁଣ୍ଡ କେମିତି ଗୁଞ୍ଜି ପେଟକୁ ଦାନା ଦେବ ସେହି କଥା ଭାବି ଭାବି ବିଚରା ପ୍ରଫୁଲ୍ଲ ଜଗତ ର ଆଖିରୁ ଲୁହ ଗଢିଚାଲିଛି।। ପ୍ରଶାସନ ତରଫରୁ କିଛି ସହଯୋଗ ହେଲେ ଶିକ୍ଷିତ ଯୁବକ ଉପକୃତ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି ।। କାନ୍ଧରେ ହାତ ରଖି ଆଶ୍ୱାସନା ଦେବା କୁ କେହି ନାହିଁ, ଦେଖିବାକୁ ବାକି ରହିଲା ପ୍ରଶାସନ କେଉଁ ପଦକ୍ଷେପ ନେଉଛନ୍ତି ।। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ ରବିନ୍ଦ୍ର କୁମାର ରାଉତ ଙ୍କ ରିପୋର୍ଟ ନୂତନ ଓଡିଶା ନିୟୁଜ ।