ପୁରା ଖବର ବିଷୟରେ



ବନ ଭିବାଗ ତରଫରୁ ଜବତ କଲେ କାଠ ପଟା

Nov 4 2020 9:47PM
ବନ ଭିବାଗ ତରଫରୁ ଜବତ କଲେ କାଠ ପଟା ରିପୋର୍ଟ-ଅମଳ କୁମାର ମଣ୍ଡଳ, କାଲିମେଳା -ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ ଭି ୭୯ ବନ ବିଭାଗ ପକ୍ଷରୁ କୁନାନପାଲି ଅଂଚଳରୁ ଲକ୍ଷାଧିକ ଟଙ୍କାର କାଠ ପଟା ଜବତ କରାଯାଇଛି। ସୂଚନା ମୁତାବକ କୁନାନପାଲି ବସ୍ତି ଶେଷ ମୁଣ୍ଡରେ ଏକ କୁଡ଼ିଆ ଘରେ ପଟ୍ଟା ତିଆରି କରାଯାଇଥିବା ସୂଚନା ପାଇଥିଲେ। ଏହାପରେ ଏମ୍ ଭି ୭୯ ରେଞ୍ଜର ବଳରାମ ନାୟକଙ୍କ ନେତୃତ୍ବରେ ଫରେଷ୍ଟର ଶିବଜିତ ମଣ୍ଡଳ,ଫୋରେଷ୍ଟ ଗାଡ଼ ବଳରାମ ପାଣିଗ୍ରାହୀ,ଟୁକୁନା ଚନ୍ଦ୍ର ବରାଡା, ସୁମିତ ବିଶ୍ୱାସ ଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ଏହି ଅଞ୍ଚଳରେ ଚଡାଉ କରାଯାଇ 50 ଟି ପଟା ଜବତ କରାଯାଇଥିଲା ।ପଟା ତିଆରି କରୁଥିବା ଲୋକଙ୍କ ବିଷୟରେ ଗ୍ରାମବାସି ଙ୍କୁ ପଚାରିବାରୁ କେହିକିଛି କହିପାରି ନଥିଲେ।ଅନ୍ୟ ଗ୍ରାମରୁ କିଛି ଲୋକ ଆସି ଏଠାରେ କାଠ କାମ କରୁଥିଲେ ବୋଲି ଗ୍ରାମବାସୀ କହିଥିବା ଫୋରେଷ୍ଟର ଶିବଜିତ ମଣ୍ଡଳ କହିଛନ୍ତି। ତେବେ ପୂର୍ବରୁ ସୂଚନା ପାଇ କାଠ କାଟୁଥିବା ଲୋକମାନେ ସେହି ଜାଗା ଛାଡିଦେଇ ଥିବାରୁ କାହାକୁ ଗିରଫ କରାଯାଇ ପାରି ନଥିବା କୁହାଯାଇଛି।ଏନେଇ କେସ ନଂ 2of2020-21 ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଂଜେର ନାୟକ କହିଛନ୍ତି। ଏହି କାଠ ଗୁଡିକୁ ଏକ ଟ୍ରାକ୍ଟର ଯୋଗେ ଏମଭି ୭୯ ରେଞ୍ଜ୍ କର୍ଜ୍ୟାଳୟ କୁ ଅଣାଯାଇଥିଲା। ଏହାର ଆନୁମାନିକ ମୂଲ୍ଯ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ରେଞ୍ଜର ଶ୍ରୀ ନାୟକ କହିଛନ୍ତି। ବନ ବିଭାଗର ଅଚାନକ ଚଢାଉ କରି କାଠ ଜବତ ଘଟଣା କାଠ ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା ବେଳେ ଆଗାମୀ ଦିନରେ ଏହି ଘଟଣାରେ ଜଡିତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି।