ପୁରା ଖବର ବିଷୟରେ



ନିଜର ବ୍ୟକ୍ତିଗତ ପଟ୍ଟା ଜମି ଉପରେ ଅନ୍ୟମାନଙ୍କ ନାଲି ଆଖି

Oct 31 2020 9:25AM
ନିଜର ବ୍ୟକ୍ତିଗତ ପଟ୍ଟା ଜମି ଉପରେ ଅନ୍ୟମାନଙ୍କ ନାଲି ଆଖି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର ସନ୍ତୋଷପୁର ପଂଚାୟତ ଅନ୍ତର୍ଗତ ଘୋଡା ଧନୁଆ ଗ୍ରାମର ହରିଶ୍ଚନ୍ଦ୍ର ଭତରା ଙ୍କ ନାଁ ରେ ଥିବା ଖାତା ନମ୍ବର 394, ପ୍ଲଟ ନମ୍ବର 735,ରେ 2 ଏକର 31 ସେଣ୍ଟ ଜାଗା ରହିଛି |ତାଙ୍କ ପୁଅ ବାସୁଦେବ ଭତରା ଓ ନାତି ବୁଦୁରାମ ଭତରା ଏବଂ ତାଙ୍କ ପରିବାର ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମକା ଏବଂ ଧାନ ଚାଷ କରିଥିଲେ, ହେଲେ ସେହି ଗ୍ରାମରୁ 21 ଜଣ ମହିଳା ଓ ପୁରୁଷ ମିଶିକରି ବୁଦୁରାମ ଭତରା ଙ୍କ ଜେଜେ ହରିଶ୍ଚନ୍ଦ୍ର ଭତରା ଙ୍କ ପଟ୍ଟା ଜମି ରୁ ଜୋର ଜବରଦସ୍ତ ମକା କୁ ଭାଙ୍ଗି ନେବା ସହିତ ଧାନ କୁ କାଟିକରି ବୋହି ନେବାରୁ ବୁଦୁରାମ ଙ୍କ ପରିବାର ବିରୋଧ କରିବାରୁ ଝଗଡା ହୋଇଥିଲା | ସେହି ସମୟରେ ବୁଦୁରାମ ଗଣମାଧ୍ୟମ ସହିତ ଯୋଗାଯୋଗ କରି କୋଷାଗୁମୁଡା ଥାନା ରେ ଲିଖିତ ଅଭିଯୋଗ କରିବା ଫଳରେ ଏସ ଆଇ ମଙ୍ଗରାଜ ବାବୁ ଏବଂ ଏ ଏସ ଆଇ ସ୍ୱାଇଁ ବାବୁ ଙ୍କ ଏକ ଟିମ ପହଁଚିବା ଦେଖି ଅପର ପକ୍ଷର ଝଗଡା କରୁଥିବା ମହିଳା ମାନେ ବେଢା ଛାଡି ପଳାଇଯାଇଥିଲେ, ପୋଲିସ ଉପସ୍ଥିତି ରେ ପଟ୍ଟାଧାରୀ ବୁଦୁରାମ ଙ୍କ ଘର ଲୋକ ବେଢାରେ ଥିବା ଅବଶିଷ୍ଟ ଧାନକୁ ନିଜ ଖଳାକୁ ନେଇଥିଲେ, ଉକ୍ତ ଜାଗା କୁ କେନ୍ଦ୍ରକରି ଜମି ମାଲିକ ଗତ ମାସରେ ଥାନାରେ କେସ ଦେଇଥିଲେ, କୋଷାଗୁମୁଡା ଥାନାରେ ଅଧିନିୟମ 1860 ରେ ଧାରା 147, 294, 447, 427, 506, 148 ରେ କେସ ରୁଜୁ ହୋଇଛି ସାଧାରଣରେ ଦେଖିବାକୁ ବାକି ରହିଲା ଏ କେସ ର ସମାଧାନ କେବେ ହେଊଛି ? ନବରଙ୍ଗପୁର ରୁ ବର୍ତ୍ତ ହରିଜନ ଙ୍କ ସହ କୋଷାଗୁମୁଡା ରୁ ନୃସିଂହ ମୁଦୁଲି ଙ୍କ ରିପୋର୍ଟ ନୂତନ ଓଡିଶା ନିୟୁଜ