ପୁରା ଖବର ବିଷୟରେ



କୋଭିଡ ସମୟରେକୋଭିଡ ସହାୟତା ରାଶି ଋଣ ନେଇ SHG ମହିଳା ମା ମାନେ ହେଇଛନ୍ତି ସ୍ୱଭାଲମ୍ବୀ ।

Oct 31 2020 9:07AM
କୋଭିଡ ସମୟରେକୋଭିଡ ସହାୟତା ରାଶି ଋଣ ନେଇ SHG ମହିଳା ମା ମାନେ ହେଇଛନ୍ତି ସ୍ୱଭାଲମ୍ବୀ । ଓଡିଶା ଜୀବିକା ମିଶନ ମାଧ୍ୟମରେ ମହିଳା ସୋୟଙ୍ଗ ସାହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆଞ୍ଚଳିକ ମଞ୍ଚ ଏବଂ ପଂଚାୟତ ସ୍ଥରୀୟ ସଂଘରୁ କୋଭିଡ ସହାୟତା ରାଶି ମାଧ୍ୟମରେ ବ୍ୟକ୍ତିଗତ ଭାବେ ଋଣ ପ୍ରଦାନ କରାଯାଇଥିବା ବେଳେ ,ମହିଳା ମାନେ ଏହି ଅର୍ଥ ନେଇ ନିଜର ବିଭିନ୍ନ ପ୍ରକାର ନିଜର ଜୀବନ ଜୀବିକା କାର୍ଯ୍ୟ ର ବ୍ୟବହାର ଏବଂ ଚାଷ କାର୍ଯ୍ୟ ରେ ଲଗାଇ ପାରୁଛନ୍ତି । ଏଥିପାଇଁ କାଲିମେଳା ଓଡିଶା ଜୀବିକା ମିଶନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇ ଥିବା ବେଳେ କାଲିମେଳା ବ୍ଲକ ରେ ବର୍ତ୍ତମାନ ସୁଦ୍ଧା ମୋଟ75 ଜଣ ମହିଳା ଙ୍କୁ କମ ଶୁଦ୍ଧ ରେ ଋଣ ପ୍ରଦାନ କରାଯାଇଛି ।ଏହି ଅର୍ଥ ନେଇ ମହିଳା ମାନେ କିଏ ପରିବା ବେପାର ତ କିଏ ଚପଲ ଦୋକାନ,ମାଛ ଚାଷ, କୁକୁଡ଼ା ଫାର୍ମ,ଲୁଗା ଦୋକାନ, ଗହଣା ବେପାର,କିରାଣୀ ଦୋକାନ ଏବଂ ଟେସନାରୀ ଦୋକାନ କରି ଦୁଇ ପଇସା ରୋଜଗାର କରି ସ୍ୱଭାଲମ୍ବୀ ହୋଇପାରିଛନ୍ତି । ଓଡ଼ିଶା ଜୀବିକା ମିଶନ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପବିତ୍ର ମୋହନ ବାରା ଗସ୍ତ କରି କାଲିମେଳା ବ୍ଲକ ର ବିଭିନ୍ନ ପଂଚାୟତ ର କୋଭିଡ ସହାୟତା ପାଇଥିବା SHG ମା ମାନଙ୍କ ସହିତ ଆଲୋଚନା କରିଛନ୍ତି ।କରନା ସକାଶେ ନିଜର ଜୀବିକା ହରାଇଥିବା ବେଳେ ଓଡ଼ିଶା ଜୀବିକା ମିଶନ ର ସାହାଯ୍ୟ ରେ କିପରି ନିଜର ପରିବାରର ଉନ୍ନତି ହୋଇ ପାରିବେ ତାହା କାଲିମେଳା ବ୍ଲକ ର ଓଡିଶା ଜୀବିକା ମିଶନ ର ପରିଚାଲିକା ରୋଜଳୀନ ଦାସ ଏବଂ କାଲିମେଳା BDO ଏହି ସବୁ କାର୍ଯ୍ୟ କୁ ତଦାରଖ କରୁଥିବା ଜଣାପଡ଼ିଛି । ଏହି ମହାମାରୀ କୋଭିଡ ସମୟରେ SHG ମହିଳା ମାନେ ସ୍ୱଭାଲମ୍ବୀ ହୋଇଥିବାରୁ ଅଂଚଳରେ ଓଡିଶା ଜୀବିକା ମିଶନ କୁ ପ୍ରଶଂସା କରିଛନ୍ତି ଏବଂ ଆହୁରି କିପରି ମହିଳା ମାନେ ରୋଜଗାର ସହିତ ସ୍ୱଭାଲମ୍ବୀ ହେବେ ଏବଂ ଆହୁରି କୋଭିଡ ସହାୟତା ରାଶି ଯୋଗାଇ ଦେବେ ତାହା ଓଡିଶା ଜୀବିକା ମିଶନ ବ୍ଲକ ପରିଚାଲିକା ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ କହିଛନ୍ତି ।