ପୁରା ଖବର ବିଷୟରେ



ଶୁଖିଲା ଖାଦ୍ୟ ସହ ବହି ଓ ଖାତାପତ୍ର ବଣ୍ଟନ ।

Oct 31 2020 8:38AM
ଭୁବନେଶ୍ୱର କିସ ବିଦ୍ୟାଳୟ ତରଫରୁ ଗୁଡ଼ାରି ବ୍ଲକର କିସ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସହ ବହି ଓ ଖାତାପତ୍ର ବଣ୍ଟନ । ଆଜି ରାୟଗଡ଼ା ଜିଲ୍ଲା ଗୁଡ଼ାରି NAC ବସ ଷ୍ଟାଣ୍ଡଠାରେ କିସ ଅନୁଷ୍ଠାନ ଭୁବନେଶ୍ୱରର କିସ ବିଦ୍ୟାଳୟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣାରେ ଗୁଡ଼ାରି ବ୍ଲକର କିସ ଭୁବନେଶ୍ୱର ଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପଞ୍ଚମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସହ ବହି ଓ ଖାତାପତ୍ର ବଣ୍ଟନ କରାଯାଇଥିଲା ।ଉକ୍ତ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ ଶ୍ରେଣୀ ଠାରୁ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଖାତାପତ୍ର, ଯୁକ୍ତଦୁଇ ବିଜ୍ଞାନ ଓ କମର୍ସ ଛାତ୍ରଛାତ୍ରୀମାନଙ୍କୁ ବହି ଓ ଖାତାପତ୍ର ପ୍ରଦାନ କରିଥିଲେ । ସୂଚନା ଥାଉକି ପ୍ରଥମ ପର୍ଯ୍ୟାୟରୁ ତୃତୀୟ ପର୍ଯ୍ୟାୟରେ ଦ୍ଵିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶୁଖିଲା ଖାଦ୍ୟ, ବହି,ଖାତାପତ୍ର ଓ ପୋଷାକ ବଣ୍ଟନ କରିଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ଶୁଖିଲା ଖାଦ୍ୟ ସହ ଟି ସାର୍ଟ ବଣ୍ଟନ କରାଯାଇଥିଲା ବୋଲି ଜିଲ୍ଲା କିସ ବିଦ୍ୟାଳୟ ଆବାହକ ଘାସିରାମ ମାଝି କହିଥିଲେ । ଶୁଖିଲା ଖାଦ୍ୟ ଭାବେ ଚୁଡା ଚିନି ସାବୁନ,ବିସ୍କୁଟ ଓ ଡାଲି ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁଡ଼ାରି ବ୍ଲକ କିସ କମିଟିର ସଭାପତି ଶ୍ରୀ ପବିତ୍ର ଶବର, ସମ୍ପାଦକ ସନ୍ତୋଷ ପାଲକା,କୋଷାଧ୍ୟକ୍ଷ ମୁନା କୁମାର ଶବର, ସଭ୍ୟା ଅନୁସୟା ଶବର ଓ ମିଲି ଶବର ଉପସ୍ଥିତ ଥିବା ବେଳେ ରାମନାଗୁଡା ବ୍ଲକ କିସ ସଭାପତି ଶ୍ରୀ ବୁଡ଼ କାଣ୍ଡଗରୀ ଉପସ୍ଥିତ ଥିଲେ । ରିପୋର୍ଟ:ପ୍ରସାଦ ଲିମା, ଗୁଡ଼ାରି ବ୍ଲକ