ପୁରା ଖବର ବିଷୟରେ



ଉମରକୋଟ ବିଧାୟକ ଜମିରେ ଧାନ ଫସଲ କାଟି ଚର୍ଚା ରେ..............

Oct 30 2020 8:50AM
ଉମରକୋଟ ବିଧାୟକ ଜମିରେ ଧାନ ଫସଲ କାଟି ଚର୍ଚା ରେ.................. ଉମରକୋଟ ବିଧାୟକ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ଯ୍ୟଶୈଳି କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଛନ୍ତି । ବିଧାୟକ ହୋଇ ମଧ୍ୟ ବ୍ୟସ୍ତ ବହୁଳ ଜୀବନ ରୁ ସମୟ ବାହାର କରି । ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲ ରେ ମଜୁରିଆ ଙ୍କ ସହ ଧାନ କାଟିବା ସହ ଅନ୍ୟାନ୍ୟ କାର୍ଯ୍ୟ ଦେଖିବାକୁ ମିଳିଥିଲା। ନିଜେ ଜଣେ ଚାଷୀ । ଚାଷ କାର୍ଯ୍ୟ ଆମ ବାପା ଜେଜେ ଅମଳରୁ ଚାଷ ଚାଲିଆସିଛି । ମୁଁ ମଧ୍ୟ ଚାଷ କାମ ବୁଝା ବୁଝି କରେ ସମୟ ମିଳିଲେ ନିଜେ କାମ କରେ ଆଗରୁ ଜମିରେ ଅଧିକ ସମୟ ଦେଇ ପାରୁଥିଲି କିନ୍ତୁ ବିଧାୟକ ଭାବେ ଦାୟିତ୍ଵ ବଢ଼ି ଯାଇଛି ତେଣୁ ଜମିରେ ଚାଷ କାର୍ଯ୍ୟ ରେ ଅଧିକ ସମୟ ଦେଇ ପାରୁ ନାହିଁ ବୋଲି କହିଛନ୍ତି ବିଧାୟକ । ବିଧାୟକ ନିତ୍ୟାନନ୍ଦ ଙ୍କ ସହ ତାଙ୍କ ପତ୍ନୀଙ୍କୁ ଧାନ କରୁଥିବା ଦେଖିବାକୁ ମିଳିଥିଲା । ସେ ପେଶାରେ ଜଣେ ଶିକ୍ଷୟତ୍ରୀ । ବର୍ତ୍ତମାନ କୋରୋନା ଜନିତ ସ୍କୁଲ୍ ଛୁଟି ରହିଥିବାରୁ ସେ ମଧ୍ୟ ବିଧାୟକ ଙ୍କ ସହ ଚାଷ କାମ ରେ ସାହାଯ୍ୟ କରୁଥିବା କହିଛନ୍ତି ବିଧାୟକ । ଅନ୍ୟ ପକ୍ଷରେ ସମସ୍ତ ଯୁବ ସମାଜ କୁ ଚାଷ କାର୍ଯ୍ୟ କରି ଦେଶ ର ପ୍ରଗତି ରେ ସହାୟ ହେବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ରିପୋର୍ଟ SN ପଟନାୟକ ସହ ବର୍ତ୍ତ ହରିଜନ ନୂତନ ଓଡିଶା ନିୟୁଜ