ପୁରା ଖବର ବିଷୟରେ



ନନ୍ଦାହାଣ୍ଡି ବ୍ଲକ ଵିଜୁ ଜନତା ଦଳ ତରଫରୁ ନବରଙ୍ଗପୁର ସାଂସଦ ରମେଶ ମାଝୀ କରନା ରୁ ଶିଘ୍ର ସୁସ୍ଥ ହେବା ନିମନ୍ତେ ବଜରଙ୍ଗ ବଳି ହନୁମାନଙ୍କ ନିକଟରେ ଦୀପ ଜ୍ବଳନ।

Sep 10 2020 1:03PM
ନନ୍ଦାହାଣ୍ଡି ବ୍ଲକ ଵିଜୁ ଜନତା ଦଳ ତରଫରୁ ନବରଙ୍ଗପୁର ସାଂସଦ ରମେଶ ମାଝୀ କରନା ରୁ ଶିଘ୍ର ସୁସ୍ଥ ହେବା ନିମନ୍ତେ ବଜରଙ୍ଗ ବଳି ହନୁମାନଙ୍କ ନିକଟରେ ଦୀପ ଜ୍ବଳନ। କୋରେଶ ଉପାଶୀ ସହ ହରୀ ହର ପାଇକ ନୁତନ ଓଡ଼ିଶା ନିୟୁଜ଼ ନବରଙ୍ଗପୁର ସାଂସଦ ତଥା ଵିଜୁ ଜନତା ଦଳର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ କରନା ରୁ ଶିଘ୍ର ସୁସ୍ଥ ହେବା ନିମନ୍ତେ ନନ୍ଦାହାଣ୍ଡି ବ୍ଲକ ଵିଜୁ ଜନତା ଦଳ ତରଫରୁ ଡଙ୍ଗରଭେଜା ବଜରଙ୍ଗ ବଳି ହନୁମାନଙ୍କ ମନ୍ଦିରରେ ଏକ ଦୀପ ଜ୍ବଳନ ଓ ପାର୍ଥନା ସଭା ର ଆୟଜନ କରାଯାଇଛି। ବଜରଙ୍ଗ ବଳି ହନୁମାନଙ୍କ ନିକଟରେ ନିଜର ପ୍ରିୟ ନେତା ରମେଶ ମାଝୀ କରନା ରୁ ଶିଘ୍ର ଆରଗ୍ୟ ନିମନ୍ତେ ଦୀପ ଜଳାଇ ପାର୍ଥନା କରିଛନ୍ତି ବ୍ଲକ ଵିଜୁ ଜନତା ଦଳ ର କର୍ମୀ ମାନେ। କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ସନ୍ତୋଷ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ସୁନୀଲ ସାହୁ,ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ, ଯୁବ ସଭାପତି ପୁରନ୍ଦର ହରିଜନ, ଛାତ୍ର ସଭାପତି ଆଶିଷ କନ୍ଦପାନ,ବରିଷ୍ଠ ନେତା ଦିବ୍ୟଦାନ ସୁନା,ସୁବ୍ରତ ଦାସ,ଜୀବନ ତ୍ରିପାଠୀ, ଲୋକି ମାଝୀ, ଲକ୍ଷ୍ମଣ ହରିଜନ,ତଥା ବ୍ଲକ ର ୫୦ରୁ ଉର୍ଦ୍ଧ୍ବ ଵିଜୁ କର୍ମୀ ଉପସ୍ଥିତ ଥିଲେ।