ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲାରେ ଆଉ ୪ଟି କରୋନା ଆକ୍ରାନ୍ତ ଚିହ୍ନଟ ।

Jun 10 2020 4:15PM
ରାୟଗଡ଼ା ଜିଲ୍ଲାରେ ଆଉ ୪ଟି କରୋନା ଆକ୍ରାନ୍ତ ଚିହ୍ନଟ । Reporter – ତୁଷାର ରଞ୍ଜନ ସାହୁ (ରାୟଗଡା ସ୍ପେସାଲ କରସ୍ପେଣ୍ଡେଟ) ରାୟଗଡା ଜିଲ୍ଲାରେ ଆଉ ୪ଜଣ କରୋନା ପଜିଟିଭ୍ ରୋଗି ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଜଣଙ୍କ ମଧ୍ୟରୁ ତିନି ଜଣ ଦିଲ୍ଲୀ ଫେରନ୍ତା ହୋଇଥିବା ବେଳେ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟ କର୍ମୀ ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ୩ ଜଣ ଦିଲ୍ଲୀ ଫେରନ୍ତା ପ୍ରଥମ କରୋନା ପୋଜିଟିଭ୍ ରୋଗିଙ୍କ ସଂସ୍ପର୍ଶରେ ଆସିଥିଲେ । ୨ଜଣ ମହିଳା କାଶିପୁର ବ୍ଲକର ଏକ ସେବାଶ୍ରମରେ କ୍ବୋରେଣ୍ଟିନ୍ ରେ ରହୁଥିବା ବେଳେ ଅନ୍ୟଜଣ ପୁରୁଷ କୋଲନରା ସେବାଶ୍ରମ ବିଦ୍ୟାଳୟରେ ରହୁଥିଲେ । ଦୁଇ ଆକ୍ରାନ୍ତ ମହିଳାଙ୍କ ବୟସ ୨୪ ଓ ୨୫ ବର୍ଷ ହେବ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସେହିପରି ଜଣେ ସ୍ବସ୍ଥ୍ୟ କର୍ମୀ ଯାହାଙ୍କର ବୟସ ୩୪ ବର୍ଷ ହୋଇଥିବା ବେଳେ ସେ ଏହି ଦିଲ୍ଲୀ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ୪ ଜଣ କରୋନା ପୋଜିଟିଭ୍ ଚିହ୍ନଟ ହେବା ପରେ ରାୟଗଡା ସହରର ମିନି ମେଡିକାଲ କଲୋନୀ ଓ କାଶିପୁର ବ୍ଲକର ଅନାଗର ଗ୍ରାମକୁ କ୍ବୋଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସଂନ୍ଦେହ କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ କିଛି ସ୍ବାସ୍ଥ୍ୟ ବିଭାଗର କର୍ମୀଙ୍କୁ ହୋମ୍ କ୍ବୋରେଣ୍ଟିନ୍ ରେ ରଖାଯାଇଛି ।