ପୁରା ଖବର ବିଷୟରେ



କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦୁଇ ଅନ୍ତେବାସୀଙ୍କ ପରସ୍ପର ମଧ୍ୟରେ ଏସିଡ୍ ମାଡ଼

Apr 26 2020 11:21PM
କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଦୁଇ ଅନ୍ତେବାସୀଙ୍କ ପରସ୍ପର ମଧ୍ୟରେ ଏସିଡ୍ ମାଡ଼। Reporter - ତୁଷାର ରଞ୍ଜନ ସାହୁ (ରାୟଗଡ଼ା ସ୍ପେସାଲ କରସ୍ପେଣ୍ଡେଟ) ସଂଘରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ମଧ୍ୟରେ ପରସ୍ପରଙ୍କ ଉପରେ ଏସିଡ୍ ମାଡ଼ । ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା ଅନ୍ତର୍ଗତ କୁମ୍ଭୀକୋଟା ଗ୍ରାମର ସଂଘରୋଧ କେନ୍ଦ୍ରରେ । ସୂଚନା ଅନୁଯାୟୀ ଏମାନେ ବିହାର ଅଞ୍ଚଳରୁ ଆସି ସୁନା ରୁପା ସଫାଇ କରିବା କାର୍ଯ୍ୟ କରୁଥିଲେ । ତାଲା ବନ୍ଦ ପରେ ଏମାନେ କୁମ୍ଭୀକୋଟା ଗ୍ରାମର ଥିବା ସଂଘରୋଧ କେନ୍ଦ୍ରରେ ରହୁଥିଲେ । ୫୦୦ ଟଙ୍କା ପାଇଁ ଦିଲୀପ ସାହା ଓ ବିଘ୍ନେସ ସାହା ପରସ୍ପରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରିସ୍ଥିତି ଅତି ସଙ୍ଗିନ ହୋଇଥିବା ବେଳେ ଗଣ୍ଡଗୋଳ ଘୋଟି ଦିଲୀପଙ୍କ ଉପରକୁ ବିଘ୍ନେସ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି ।  ଏସିଡ୍ ମାଡ଼ରେ ଜଣେ ଗୁରୁତର ଓ ଆଉ ଜଣେ ଆହତ । ଗୁରୁତର ଦିଲ୍ଲୀପ ସାହାକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ବିଘ୍ନେସ ସାହାକୁ ଗିରଫ କରିବା ସହ ତଦନ୍ତ ଜାରୀରଖିଛି ।