ପୁରା ଖବର ବିଷୟରେ



ତୁଟୁନି ଜମି ବିବାଦ,ପର ଖାଉଛି ଫସଲ ଏଠି ଜମି ପଟ୍ଟା ଧାରୀ ହତାଶ

Jun 2 2023 7:38AM
(ଚନ୍ଦ୍ରପୁରରୁ ପ୍ରମୋଦ କୁମାର ମୁଗୁଲିଙ୍କ ରିପୋର୍ଟ ) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ କୁର୍ଲିବାଲି ଓ ବୁଡୁବାଲି ଗ୍ରାମପଞ୍ଚାୟତର ନେହେରୁ ପଙ୍ଗା ଗ୍ରାମରେ ଜମି ବିବାଦ ଲାଗି ରହିଥିବା ନଜରକୁ ଆସିଛି । ପର ଖାଉଛନ୍ତି ଫସଲ, ଜମି ମାଲିକ ଏଠି ହତାଶ । ରାଜସ୍ବ ବିଭାଗକୁ ବହୁବାର ଆପତି ଅଭିଯୋଗ ହୋଇଥିଲେ ମଧ୍ୟ ସମାଧାନ ହୋଇନଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ ଦୀର୍ଘ ୩୦ବର୍ଷ ଧରି ବିଜାପୁର ମୌଜା କୁର୍ଲିବାଲି ଗ୍ରାମସ୍ଥିତ କୁର୍ଲିବାଲି ବାସୀଙ୍କ ପ୍ରାୟ ୨୨ ଏକର ପଟ୍ଟା ଜମି ନେହେରୁ ପଙ୍ଗା ଗ୍ରାମର କିଛି ଲୋକ ଜବରଦସ୍ତ ଦଖଲ କରି ଚାଷକରି ଫସଲ ଆଦାୟ କରି ଖାଇ ଚାଲିଛନ୍ତି ହେଲେ ଜମି ମାଲିକ ଶ୍ରୀ ଡମ୍ବରୁ କାର୍ଯୀ, ଜଳନ୍ଧର ପ୍ରଧାନୀ,ଘାସିଆଣୀ ପ୍ରଧାନୀ, ପ୍ରସାଦ ପାତ୍ର,ସିମାଦ୍ରୀ ପ୍ରଧାନୀ,କମଳ ବୈଦ୍ୟ ,ପୁରୀ ଗାଗେରେଙ୍ଗାଙ୍କ ପଟ୍ଟା ଜମିରେ ନେହେରୁ ପଙ୍ଗା ଲୋକ ଜବରଦସ୍ତ ଅକ୍ତିଆର କରି ଚାଷବାସ କରି ଅମଳ କରୁଥିବା ବେଳେ ଜମି ମାଲିକ ମାନେ ଆଜି ହତାଶ ହେଉଥିବା ସୂଚନା ମିଳିଛି । ଚନ୍ଦ୍ରପୁର ତହସିଲଦାର ଶ୍ରୀ ଅଶୋକ କୁମାର ତ୍ରିପାଠୀଙ୍କ ତତ୍ବାବଧାନରେ ରାଜସ୍ବ ନିରୀକ୍ଷକ ଶ୍ରୀ ବାପୁନୀ ବେହେରା ଓ ଟିମ୍ ଉକ୍ତ ଜମି ଚିହ୍ନଟ କରିଥିବା ସହ ଜବରଦସ୍ତ ଅକ୍ତିଆର କରିଥିବା ଆଦିବାସୀ ମାନଙ୍କୁ ଜମି ଛାଡ଼ିଦେବା ପାଇଁ ବୁଝାଇଥିଲେ କିନ୍ତୁ ଜବରଦଖଲକାରୀ ମାନେ ତହସିଲଦାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଚାଲି ଯାଇଥିଲେ । ଏହି ପରିପ୍ରେକ୍ଷୀରେ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ମାନେ ମଙ୍ଗଳା ଦିବାକା, ଚିରଞ୍ଜିବୀ ନାଲା ,ସୁନାମଣ ପ୍ରଟିକା, ରମେଶ ଦିବାକା ଜଗବନ୍ଧୁ ପ୍ରଧାନୀ ଦିବାକର ପାତ୍ର ସମେତ ବହୁ ଲୋକେ ଉପସ୍ଥିତ ରହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ରାଜସ୍ୱ ବିଭାଗ ଓ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ।