ପୁରା ଖବର ବିଷୟରେ



ସାର୍କିମା ଗ୍ରାମରେ ବ୍ଳକ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

May 31 2023 11:26AM
( ଚନ୍ଦ୍ରପୁରରୁ ପ୍ରମୋଦ କୁମାର ମୁଗୁଲିଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ସାର୍କିମା ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ଆମ୍ବ ତୋଟାରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଶ୍ରୀ ମଙ୍ଗଳା ଦିବାକାଙ୍କ ତତ୍ବାବଧାନରେ ବ୍ଳକ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆସନ୍ତା ୨୦୨୪ ନିର୍ବାଚନରେ ନିର୍ବାଚନ ରଣାଙ୍ଗନରେ ରଣନୀତି ପ୍ରସ୍ତୁତ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସାର୍କିମା ଗ୍ରାମପଞ୍ଚାୟତ ବିଜେଡି କର୍ମୀଙ୍କ ଦ୍ବାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଳକର ବରିଷ୍ଠ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଶ୍ରୀ ମଙ୍ଗଳା ଦିବାକା, କର୍ମୀ ଜଗନ୍ନାଥ ବୀର ଓ ରଘୁନାଥ ବିଡିକା, ହନୁମନ୍ତପୁର ପଞ୍ଚାୟତରୁ ଶ୍ରୀ ରମେଶ ଚନ୍ଦ୍ର ଦିବାକା,ଓ ଦଣ୍ଡାସି ନାଲା, ବିଜାପୁର ପଞ୍ଚାୟତର ପୂର୍ବତନ ସମିତି ଅଧ୍ୟକ୍ଷ ଶ୍ରୀ ପି. ପ୍ରମୋଦ ମାଝୀ, ଶ୍ରୀ ନାରାୟଣ ଦଳେଇ, ଶ୍ରୀ ପ୍ରବୀଣ ବଳିୟାର ସିଂହ, ଚନ୍ଦ୍ରପୁର ପଞ୍ଚାୟତର ଶ୍ରୀ ଜାମି ଗୁରୁନାଥ ଓ ରୁଦ୍ର ଟାଙ୍ଗରାଙ୍ଗା, ବୁଡୁବାଲି ପଞ୍ଚାୟତର ଭରତ ପ୍ରାଟିଙ୍ଗା ପ୍ରମୁଖ ସମେତ ବ୍ଳକର ଶତାଧିକ କର୍ମୀ ଯୋଗ ଦେଇ ନିର୍ବାଚନକୁ ଦୃଷ୍ଟିରେ ରଖି କର୍ମକର୍ତ୍ତା ଚୟନ କରିଥିଲେ ।