Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
୩ କଲରାପତରିଆ ବାଘ ଛାଲ ଜବତ ସହ ଜଣେ ଗିରଫ
May 27 2023 2:55PM
( ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ୩ ଟି ବାଘ ଛାଲ ଜବତ । ବିଶେଷ ସୂତ୍ରରୁ ଖବର ପାଇ ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା-କୋରାପୁଟ ନିକଟସ୍ଥ ଏକ ସ୍ଥାନରେ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଚଢ଼ଉ କରି ଜଣକୁ ଗିରଫ କରିଛି। ଏଥିସହ ୩ଟି କଲରାପତରିଆ ବାଘ ଚମଡ଼ା ଜବତ କରିଛି। ଅଭିଯୁକ୍ତ ଜଣକ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ାର ଡମ୍ବରୁଧର ମାଝୀ ବୋଲି ଜଣାପଡ଼ିଛି। ବୁଧବାର ଅପରାହ୍ନରେ ଏହି ଚଢଉ କରାଯାଇଥିଲା। ଧରାପଡ଼ିବା ପରେ ଅପରାଧୀ ଶ୍ରୀ ମାଝୀ ନିଜକୁ ଦୋଷମୁକ୍ତ ବୋଲି ପୁଲିସ ଆଗରେ ପ୍ରମାଣ ଦେବାରେ ବିଫଳ ହୋଇଛି। ପରେ ପୁଲିସ ତାକୁ ଗିରଫ କରି ରାୟଗଡା ଏସଡିଜିଏମ କୋର୍ଟରେ ହାଜର କରିଛି। ଅନ୍ୟପଟେ ଜବତ ହୋଇଥିବା ବାଘଛାଲକୁ ଯାଞ୍ଚ ପାଇଁ ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ)କୁ ପଠାଯାଇଥିବା ସୂଚନା ମିଳିଛି । ବନ୍ୟପ୍ରାଣୀ (ସୁରକ୍ଷା) ଆଇନ-୧୯୭୨ର ଧାରା ୫୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏହି ମାମଲାରେ ଡମ୍ବୁରୁଧର ସହ ଆଉ କିଏ କିଏ ଅଛନ୍ତି ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି।ତେବେ ଏସଟିଏଫ ଟିମ ଅତି ଚତୁରତାର ସହ ରାୟଗଡାରେ ପଶି ଏହି ଅପରାଧୀକୁ କାବୁ କରିଥିଲା। ତେବେ ଏନେଇ ସ୍ଥାନୀୟ ପୁଲିସ ନା ବନ ବିଭାଗକୁ ଖବର ଦିଆଯାଇଥିଲା। କେହି ମଧ୍ୟ ସୁରାକ ପାଇପାରିନଥିଲେ। ଘଟଣା ପ୍ରଘଟ ହେବା ପରେ ଏସଟିଏଫ ତରଫରୁ ବନ ବିଭାଗ ଏବଂ ପୁଲିସକୁ ସୂଚନା ଦିଆଯାଇଥିବା ଜଣାପଡିଛି। ଗତ ଦୁଇ ମାସ ମଧ୍ୟରେ ଏହା ଦ୍ବିତୀୟ ଘଟଣା ଘଟିଛି ରାୟଗଡାରେ । ସୂଚନା ରୁ ପ୍ରକାଶ ଯେ ଓଡ଼ିଶାରେ କିଛି ଦିନ ହେବ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ବିଭିନ୍ନ ସମୟରେ ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା ଆଦି ଅନ୍ୟାନ୍ୟ ଜବତ ହେଉଥିବାର ନଜିର ରହିଛି। ଏମିତିକି ନିକଟରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଜଣେ ଶିକାରି ଗୁଳିରେ ପ୍ରାଣ ହରାଇଛନ୍ତି ଫରେଷ୍ଟ ଗାର୍ଡ।