ପୁରା ଖବର ବିଷୟରେ



ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

May 26 2023 10:00AM
ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପଵିତ୍ର ରତଯାତ୍ରା ଓ ବାହୁଡା଼ ଯାତ୍ରାକୁ ପୂର୍ବ ବର୍ଷ ପରି ମହାସମାରୋହରେ ଓ ସୁରୁଖୁରୁରେ ଆୟୋଜନ କରାଯାଇପାରିବ ସେଥିପାଇଁ ସମସ୍ତ ସକ୍ରିୟ ସହଯୋଗ କାମାନl କରିଥିଲେ l ଗୁଣ୍ଡିଚା ମନ୍ଦିରକୁ ଅସ୍ଥାୟୀ ବଭାବରେ ରେଲୱେବ ଅଭରବ୍ରିଜ ପାଖ ଅଟୋ ଷ୍ଟାଣ୍ଡକୁ ସ୍ଥାନାନ୍ତରକରିବାକୁ କିଛି ସେବାୟତ ମାନଙ୍କ ପ୍ରସ୍ତାବ କ୍ରମେ ଆଲୋଚନା କରାଯାଇଥିଲା ଓ ଏଥି ନିମନ୍ତେ ପଦ୍ଧକ୍ଷେପ ନେବାକୁ ତହସିଲଦାରଙ୍କ ଜିଲ୍ଲାପାଳ ପରାମର୍ଶ ଦେଇଥିଲ l ଏହାପରେ ତହସିଲଦାର,ରାୟଗଡ ପୂର୍ବ ବର୍ଷ ମାନଙ୍କର ଆୟୋ ବ୍ୟୟ ଉପସ୍ଥାପନ କରିଥିଲେ ଏବଂ ଏହା ବିଷୟରେ ଆଲୋଚନା କରି ଚଳିତବର୍ଷ ନିମନ୍ତେ ପାଣ୍ଠିର ଆବଶ୍ୟକତା ଉପରେ ଆଲୋଚନା କରlଯାଇଥିଲା l ଏହାପରେ ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା କାଯାଇଥିଲା l ଏମଆଇ ଡିଭିଜନ ତରଫରୁ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରଥରେ ରଂଗ କରିବେ l ପୁର୍ତ୍ତ ବିଭାଗ ରଥ ନିର୍ମାଣ ଓ ଫିଟନେସ ସାର୍ଟିଫିକେଟ ଦେବେ l ଜଗନ୍ନାଥ ମନ୍ଦିର ଭିତରେ ଓ ବାହାରେ ପୂର୍ତ୍ତ ବିଭାଗ ଏବଂ ଗ୍ରାମୀୟ ନିର୍ମାଣ ବିଭାଗ ମିଳିତ ଭାବରେ ରଂଗ କାର୍ଯ୍ୟ କରିବେ l ପୌରପରିଷଦ ତରଫରୁ ପରିମଳ ବ୍ୟବସ୍ଥା କରିବେ l ଟ୍ରlଫିକ,ଗାଡି ପାର୍କିଂଗ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା କଥା ଜିଲ୍ଲା ପୋଲିସ ବିଭାଗ କରିବ l ରଥଯାତ୍ରାର ଧାରା ବିବରଣୀ ପ୍ରସାର ଓ ପ୍ରଚାର ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ କୁହାଯାଇଛି l ସ୍ୱାସ୍ଥ୍ୟଗତ ସମସ୍ୟା ଓ ଆମ୍ବୁଲାନ୍ସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି l ରଥଯାତ୍ରା ସମୟରେ ପିଇବା ପାଣି ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି l ରଥଯାତ୍ରା ସମୟରେ ସ୍ଵାଦିଷ୍ଟ ଭୋଗ ପ୍ରସ୍ତୁତ କରାଯାଇ ଭକ୍ତ ମାନଙ୍କୁ ବିକ୍ରୟ କରିବାକୁ ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭlଗକୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି l ଏହି ବୈଠକରେ ଓଏସେପି କାମଡାଣ୍ଟ, ଡ଼ିଏସପି ସୁଦାମ ଚାରଣ ମଲ୍ଲିକ, ଉପଖଣ୍ଡ ପୋଲିସ ଅଧିକାରୀ ଦେବଜ୍ୟୋତି ଦାସ ,ତହସିଲଦାର ଶ୍ରୀ ତାପସ କୁମାର ରାଉତ, ନଗରପାଳ ମହେଶ ପଟ୍ଟନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ, ଜିଲ୍ଲା ଗ୍ରାମୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ , ଆଞ୍ଚଳିକ ପରିବହନ ଅଧିକାରୀ , ସହକାରୀ ଯୋଗାଣ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ନାରାୟଣ ନାୟକ,ସହକାରୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ପୌର ନିର୍ବାହି ଅଧିକାରୀ ଜନବ ,ୟାଶୀର ଅହମ୍ମଦ,ଅତିରିକ୍ତ ତହସିଲଦାର ,ଅଗ୍ନୀ ସମ୍ମ ଅଧିକାରୀ,କୈଳାଶ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ, ଓ ସେବାୟତ ସଦସ୍ୟ, ବିରଞ୍ଚି ନାରାୟଣ ଦାଶ,ସୁନୀଲ ଚନ୍ଦ୍ର ପଣ୍ଡା, ସଚ୍ଚିଦାନନ୍ଦ ଖlଡଙ୍ଗା,ପ୍ରଶାନ୍ତ କୁମାର ତ୍ରିପାଠୀ, ରଞ୍ଜନ ରଥ,ସତ୍ୟନାରାୟଣ ପାଢ଼ୀ, ଅଜୟ ରଥ, ସନ୍ତୋଷ ରଥ, ହରିଶ୍ଚନ୍ଦ୍ର ପାଢ଼ୀ, ଲୁଲୁ ପଣ୍ଡା, ସୁରେଶ ପଣ୍ଡା, ମହେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଅତିରିକ୍ତ ତହସିଲଦାର ପର୍ଶୁରାମ ଭତ୍ରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l