ପୁରା ଖବର ବିଷୟରେ



ଶ୍ରୀ ମିନାଝୋଲା ସ୍ଥିତ ଜନକଲ୍ୟାଣ ଆଶ୍ରମ ପରିସରରେ ଶିବପାର୍ବତୀ ବିବାହ ମହୋତ୍ସବ ଅନୁଷ୍ଠିତ

May 25 2023 8:12PM
( ପ୍ରସାଦ ଲିମାଙ୍କ ରିପୋର୍ଟ) ଐତିହାସିକ ପ୍ରାଚୀନ ଶୈବପୀଠ ତ୍ରିବେଣୀ ସଙ୍ଗମ ଶ୍ରୀ ମୀନାଝୋଲା ଏବେ ଲୋକାଭିମୁଖୀ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅବବାହିକାରେ ଅବସ୍ଥିତ ଐତିହାସିକ ପ୍ରାଚୀନ ଶୈବପୀଠ ଶ୍ରୀ ମିନାଝୋଲା ସ୍ଥିତ ଜନକଲ୍ୟାଣ ଆଶ୍ରମ ପରିସରରେ ଜନକଲ୍ୟାଣ ଆଶ୍ରମ ପ୍ରତିଷ୍ଠାତା ବାବା ଜନକା ନନ୍ଦ ଗିରୀଙ୍କ ତତ୍ବାବଧାନରେ ୩ୟ ବାର୍ଷିକ ଶିବପାର୍ବତୀ ବିବାହ ମସୋତ୍ସବ ବୈଦିକ ରୀତିରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦେବୀ ପାର୍ବତୀ ତଥା କନ୍ୟା ପିତା ଭାବେ ଚନ୍ଦ୍ରପୁର ତହସିଲଦାର ଶ୍ରୀ ଅଶୋକ କୁମାର ତ୍ରିପାଠୀ ଏବଂ ମାତା ଶ୍ରୀମତୀ ଉଷା ଦେବୀ ହୋଇଥିବା ବେଳେ ମହାଦେବ ଶିବ ତଥା ବର ପିତା ଭାବେ ଧର୍ମ ପରାୟଣ ଓ ବ୍ୟବସାୟୀ ମୁନିଗୁଡା ବାସିନ୍ଦା ଶ୍ରୀ କେ. ଦୁଃଖି ଶ୍ୟାମ ସୁବୁଦ୍ଧି ଓ ମାତା ଶ୍ରୀମତୀ କେ. ଲିଲି ସୁବୁଦ୍ଧି ଯୋଗଦେଇ ଶିବପାର୍ବତୀଙ୍କ ବିବାହ ବୈଦିକ ରୀତିରେ ସମାପନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପୂର୍ବ ଦିନ କନ୍ୟା ପିତା ମଙ୍ଗଳ ସମ୍ଭାର ନିମନ୍ତେ ପାନପତ୍ର ଗୁଆ ନଡ଼ିଆ ବସ୍ତ୍ର ଅଳଙ୍କାର ଓ ବୈଦିକ ପରମ୍ପରା ଅନୁଯାୟୀ ସମସ୍ତ ସାମଗ୍ରୀ ନେଇ ବୈବାହିକ ନିମନ୍ତେ ନିମନ୍ତ୍ରଣ କରିଥିଲେ । ବିବାହ ଦିନ ସକାଳ ସମୟରେ ବରଯାତ୍ରୀଙ୍କୁ ପୁଣି କନ୍ୟା ପିତା ଯଥା ସମ୍ଭବ ପ୍ରଦାନ ପୂର୍ବକ ନିମନ୍ତ୍ରଣ,ବରଙ୍କୁ ପାଦଧୂତ ସହ ବାଟ ବରଣ, ବେଦରେ ବରଙ୍କୁ ଉପବେସନ,ବରୁଣ ପୂଜା ସହ କନ୍ୟାପିତା କନ୍ୟା ତଥା ମାତା ପାର୍ବତୀଙ୍କୁ ବେଦୀକୁ ଆଣି ବୈବାହିକ ରୀତିନୀତି କାର୍ଯ୍ୟକ୍ରମ କରିଥିଲେ । ଶେଷରେ ବର ପିତା ଓ କନ୍ୟା ପିତା ଉଭୟ ବର କନ୍ୟାଙ୍କୁ ଧରି ହସ୍ତଗ୍ରନ୍ଥି, ହୋମ କାର୍ଯ୍ୟାଦି ସହିତ ବିବାହ ମହୋତ୍ସବ ସମ୍ପୂର୍ଣ୍ଣ ବୈଦିକ ରୀତିରେ ସମାପନ କରି ଆଳତି ବନ୍ଦାପନା ସହକାରେ ବର ମୀନକେତନ ଓ କନ୍ୟା ମାତା ପାର୍ବତୀଙ୍କୁ ବରପିତାଙ୍କ ଗୃହ ପ୍ରବେଶ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଦଇତାରୀ ବ୍ରହ୍ମା,ଅମର ରଥ,ଦୂର୍ଗା ପ୍ରସାଦ ନନ୍ଦ ଓ ରବି ଖାଡଙ୍ଗା ଆଚାର୍ଯ୍ୟ ଗଣ ରହି ବିବାହ ମହୋତ୍ସବ ସମାପନ କରିଥିବା ବେଳେ ଚନ୍ଦ୍ରପୁର, ହନୁମନ୍ତପୁର, ମୁନିଗୁଡା, ଗୁଡ଼ାରୀ, ଶିରିଗୁଡା ସମେତ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ଭୋଜିଭାତର ଆସର ଜମିଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଜନକଲ୍ୟାଣ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ଶ୍ରୀ ଶୁଶିଲ କୁମାର ନିମାଲପୁରୀ, ପ୍ରମୋଦ କୁମାର ମୁଗୁଲି, ପ୍ରଫୁଲ୍ଲ କୁମାର ମୁଗୁଲି,ବିଜୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।