ପୁରା ଖବର ବିଷୟରେ



କାଲିମେଳା ପୋଲିସ କୁ ବଡ ସଫଳତା ପେଟ୍ରୋଲିଂ ସମୟରେ ଧରାପଡିଲେ ତିନି ଗଞ୍ଜେଇ ମାଫିଆ

May 22 2023 8:05AM
(ଅମଲ ମଣ୍ଡଳ ଙ୍କ ରିପୋର୍ଟ) କାଲିମେଳା ଥାନା ଅନ୍ତରଙ୍ଗ6 ସିଙ୍ଗାବାରମ ଗ୍ରାମରେ ପେଟ୍ରୋଲିଂ ସମୟରେ ଧରିଥିଲା ପୋଲିସ l ପଡିଆ ବ୍ଲକର କୁର୍ତ୍ତି ଗ୍ରାମ ଦେଇ ମହାରାଷ୍ଟ୍ର କୁ ଚାଲାଣ ହେଉଥିଲା ଗଞ୍ଜେଇ l ଅଭିଯୁକ୍ତ ହେଲେ ଏମ୍. ଭି-59  ଗ୍ରାମର ବିଶ୍ୱଜିତ ତାରାଫଦର,ଏମ୍. ଭି-69 ଗ୍ରାମର ବିକ୍ରମ ଓଝା ଏବଂ ବଡିଗେଟା ଗ୍ରାମର ଭିମା ପୋଡ଼ିଆମୀ l ଦୁଇଜଣ କାଲିମେଳା ବ୍ଲକର ହୋଇଥିବା ବେଳେ ଜଣେ ପଡିଆ ବ୍ଲକ ର ସେମାନଙ୍କ ଠାରୁ ଦୁଇଟି ବୋଲେନ କାର,ଗୋଟିଏ ମୋଟର ସାଇକଲ ,ମୋବାଇଲ ଫୋନ ସହିତ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି କାଲିମେଳା ପୋଲିସ l ମହାରାଷ୍ଟ୍ର କୁ ଚାଲାଣ କରିବାରେ ଆହୁ କିଏ କିଏ ସମ୍ପୃକ୍ତ ଅଛନ୍ତି ? କେଉଁଠୁ ଆସୁଛି ଗଞ୍ଜେଇ ଏହି ସବୁର ତଦନ୍ତ କରୁଛି ପୋଲିସ l ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଛି କାଲିମେଳା ପୋଲିସ l