ପୁରା ଖବର ବିଷୟରେ



ମିଟସ ଗ୍ରୁପ ରାୟଗଡ଼ା ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ପ୍ରେମ୍ ପାହାଡ଼ ଶୈବପୀଠରେ ସ୍ବଛତା ଅଭିଯାନ କାର୍ଯ୍ୟକ୍ରମ

May 17 2023 11:03PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ପ୍ରେମ୍ ପାହାଡ଼ ଶୈବପୀଠରେ ମିଟସ ରାୟଗଡ଼ା ତଥା ଜନକଲ୍ୟାଣ ଆଶ୍ରମ ଟ୍ରଷ୍ଟ ଚେୟାରମେନ ଶ୍ରୀ ବାଳକୃଷ୍ଣ ପଣ୍ଡାଙ୍କ ତତ୍ବାବଧାନରେ ମିଟସ ଗ୍ରୁପ ରାୟଗଡ଼ା ଛାତ୍ରଛାତ୍ରୀ ଏବଂ ଜନକଲ୍ୟାଣ ଆଶ୍ରମ ଶ୍ରୀମିନାଝୋଲା ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମିଟସ ଗ୍ରୁପ୍ ତଥା ଓ୍ବାକେର୍ସ କ୍ଳବ ରାୟଗଡ଼ା ସଭାପତି ଶ୍ରୀ ସଙ୍କର୍ଷଣ ମଙ୍ଗରାଜ,ଉଦୟ ନାଥ ପଣ୍ଡା, ସତ୍ୟବାଦୀ ପତି, ଜନକଲ୍ୟାଣ ଆଶ୍ରମ ପ୍ରତିଷ୍ଠାତା ବାବା ଜନକା ନନ୍ଦ ଗିରୀ, ଏବଂ ସଦସ୍ୟ ଶ୍ରୀ ଶୁଶିଳ କୁମାର ନିମାଲପୁରୀ, ପ୍ରମୋଦ କୁମାର ମୁଗୁଲି, ପ୍ରଫୁଲ୍ଲ ମୁଗୁଲି, ପ୍ରଳୟ କୁମାର ସାହୁ,ବିଜୟ କୁମାର ସାହୁ ସମେତ ମିଟସ ରାୟଗଡ଼ାର ବହୁ ଛାତ୍ରଛାତ୍ରୀ ଓ ବହୁ ପ୍ରମୁଖ ବ୍ୟକ୍ତି ମାନେ ଯୋଗଦେଇ ଥିଲେ । ସୂଚନା ମୁତାବକ ଆସନ୍ତା ୨୪-୫-୨୦୨୩ ତାରିଖ ଦିନ ପ୍ରେମ ପାହାଡ଼ ଶୈବପୀଠରେ ଶିବ ବିବାହ ଉତ୍ସବ ତଥା ଶିବପାର୍ବତୀ ବିବାହ ମହୋତ୍ସବ ୨୦୨୩ ଅନୁଷ୍ଠିତ ହେବ। ଫଳରେ ପୂର୍ବ ପ୍ରସ୍ତୁତି ଭାବେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜନକଲ୍ୟାଣ ଆଶ୍ରମର ପ୍ରତିଷ୍ଠାତା ବାବା ଜନକା ନନ୍ଦ ଗିରୀ ସୂଚନା ପ୍ରଦାନ କରିଥିଲେ ।