ପୁରା ଖବର ବିଷୟରେ



୬୮୪ ଲିଟର ମୃତ୍ୟୁ ସଞ୍ଜିବନୀ ସୁରା ଜବତ ସହ ଜଣେ ଗିରଫ

May 16 2023 4:59PM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) -- ଭଦ୍ରକ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ, ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସନ୍ଦିପ କୁମାର ପାଢ଼ୀ ଓ ଷ୍ଟାଫ୍ ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ଧାମନଗର ଥାନା ଷ୍ଟାଫ୍ ମାନଙ୍କ ମିଳିତ ଉଦ୍ୟମରେ, ଧାମନଗର ଥାନା ଅନ୍ତର୍ଗତ ଧାମନଗର ବଡ଼ ବଜାର ସ୍ଥିତ ଲମ୍ବୋଧର ବେହେରା ଙ୍କ ଭେରାଇଟ୍ ଦୋକାନ ରେ ଅତର୍କିତ ଚଢ଼ାଉ କରାଯାଇ ମୋଟ ୭୬ ଟି ପେପର୍ କାର୍ଟୁନ୍ ରେ ଥିବା ୬୮୪ ଲିଟର ମୃତ୍ୟୁ ସଞ୍ଜିବନୀ ସୁରା ଜବତ କରିବା ସହିତ ବେଆଇନ ଭାବେ ସୁରା ବେପାର କରୁଥିବା ବାବୁ ଲମ୍ବୋଧର ଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଜବତ ମୃତ୍ୟୁ ସଞ୍ଜିବନୀ ସୁରା ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଅଶି ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଚଢାଉ ରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସନ୍ଦିପ କୁମାର ପାଢ଼ୀ, ଏସ୍.ଆଇ ରବି ବେହେରା, ଏ.ଏସ୍.ଆଇ ଭବେଷ୍ ଦାସ୍, କନେଷ୍ଟବଳ ଶିବପ୍ରସାଦ ସାହୁ, ସନ୍ଧ୍ୟା ରାଣୀ ସେନାପତି, ରମାକାନ୍ତ ବାରିକ୍, ସୂର୍ଯ୍ୟକାନ୍ତ କିସ୍କୁ ଓ ରାମଚନ୍ଦ୍ର ନାଏକ ପ୍ରଭୃତି ସାମିଲ୍ ଥିଲେ । ଏ ନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ଏକ ଗୋଟି ମାମଲା ରୁଜୁ କରାଯାଇଛି।