ପୁରା ଖବର ବିଷୟରେ



ରାଷ୍ଟ୍ରୀୟ ଲୋକଦାଲତ ଅବସରରେ ଛଅ ଗୋଟି ପାଇବାରିକ ମାମାଲା ସମାଧାନ

May 13 2023 9:38PM
l ରାୟଗଡ -ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଙ୍କ ତତ୍ତ୍ୱ।ଵଧାନରେ ପରିଚାଳିତ ୨ୟ ଜାତୀୟ ଲୋକ ଅଦାଲତ ଅବସରରେ ରାୟଗଡ଼ ପରିବାର ଅଦାଲତ ତରଫରୁ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ସମୁଦାୟ ୬ଗୋଟି ପାରିବାରିକ ମାମଲା ସମାଧାନ ହୋଇପାରିଛି, ତନ୍ମଧ୍ୟରୁ ୫ଟି ଭରଣ ପୋଷଣ ମକଦ୍ଦମା ହୋଇଥିବା ବେଳେ ଅନ୍ୟ ୧ଟି ଦେୱାନି ମକଦ୍ଦମା । ଉଲ୍ଲେଖନିୟ ଯେ ଉକ୍ତ ଲୋକ ଅଦାଲତ ରେ, ପରିବାର ଅଦାଲତ ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ ଏବଂ କାଉନସିଲର ଆଶା ଆକାଶ ଗୁରୁ ଙ୍କ ଉଦ୍ୟମ ଯୋଗୁଁ ବହୁ ଦିନରୁ ପାରିବାରିକ ସମସ୍ୟା ପାଇଁ ଅଲଗା ହୋଇ ରହୁଥିବା ଦୁଇଟି ଦମ୍ପତିଙ୍କର ମିଳାମିଶା ହୋଇପାରିଛି। ପ୍ରକାଶ ଥାଉକି ଉକ୍ତ ଲୋକ ଅଦାଲତରେ ବକେୟା ଭରଣ ପୋଷଣ ବାବଦକୁ ସମୁଦାୟ ୪,୪୯,୭୬୬/- ଛଅ ଲକ୍ଷ ଅଞ୍ଚାସ ହଜାର ସାତଶହ ଛଅଷଠି ଟଙ୍କା ବିଭିନ୍ନ ଆବେଦନକାରୀ ଅପର ପକ୍ଷ ଠାରୁ ପାଇଥିଲେ।