ପୁରା ଖବର ବିଷୟରେ



ପାନୀୟ ଜଳ, ଅଙ୍ଗନବାଡି, ସ୍କୁଲ ଭିତ୍ତିଭୂମି ସ୍ଥାପନ ଆଦି ଦାବୀ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

May 11 2023 9:26AM
(ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ସଦର ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ସ୍କୁଲ, ଅଙ୍ଗନବାଡି ଭିତ୍ତିଭୂମି, ପ୍ରତି ପରିବାର କୁ ପନିପରିବା ବିହନ ପୋଷଣ ଯୋଜନା ଲାଗୁ କରିବା, ରାସ୍ତା ଘାଟ, ପ୍ରଧାନମନ୍ତ୍ରୀ ଆବାସ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜନ ଜାଗରଣ ମଞ୍ଚ ଲୋକ ସଂଗଠନ ପକ୍ଷରୁ ରାୟଗଡା ବ୍ଲକ ସଭାପତି ନରେଶ ତିଲକା ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଓ ପୁରୁଷମାନେ ରାୟଗଡା ରେଳ ଷ୍ଟେସନ ଛକ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରା ରେ ଆସି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଷ୍ମୀ ନାରାୟଣ ସାବତ ଙ୍କ ଜାରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଉକ୍ତ ଦାବୀ ପତ୍ରରେ ସଂଗଠନ ତରଫରୁ ଉଲ୍ଲେଖ କରିଛି ଯେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗ୍ରାମ ମାନଙ୍କରେ ଘୋର ପିଇବା ପାଣି ସମସ୍ୟା ଦେଖାଦେଇଛି l ତାହାକୁ ଆଖିଆଗରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ କରାଇବା ଏବଂ ଯେଉଁ ଗ୍ରାମ ଗୁଡିକରେ ଜଳ ସଙ୍କଟ ଥିବ ସେଠାରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ କରାଯାଉ l ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି ,ମିନି ଅଙ୍ଗନବାଡି ଖୋଲାଯାଉ ଓ ଅଙ୍ଗନବାଡ଼ି କେନ୍ଦ୍ର ର ଭିତ୍ତିଭୂମି ନିର୍ମାଣ କରାଯାଉ , ସ୍କୁଲ ଗୁଡିକ ରେ ଶିକ୍ଷକ, କୋଠରୀ, ପାଇଖାନା, ଖେଳ ପଡିଆ, ପାଚେରୀ ଓ ସେଠାରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରାଯାଉ l ପ୍ରତି ପରିବାର ର ପୋଷଣ ରକ୍ଷା ପାଇଁ ପ୍ରତି ପରିବାରକୁ ପନିପରିବା ବିହନ ଯୋଗାଇ ଦିଆଯିବା ଆଦି ଦାବୀ ରହିଛି l