ପୁରା ଖବର ବିଷୟରେ



୫ ଟି ସ୍କୁଲ ଉଦ୍ଘାଟିତ

May 8 2023 9:41PM
(ରଜନୀକାନ୍ତ ଛତ୍ରିୟାଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଲକ୍ ରଣମାଲ ଏବଂ ବାଣ୍ଡିଗାଁ ପଞ୍ଚାୟତ ଠାରେ ନିର୍ମିତ ହୋଇଥିବା ୫ ଟି ସ୍କୁଲ୍ ଉଦ୍ଘାଟିତ ହୋଇଯାଇଛି। ରଣମାଲ୍ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବ ଶଙ୍କର ବାଗ ଅଗ୍ରପୂଜ୍ୟ ଗାଜା ନନ୍ ଙ୍କ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ ଉଦ୍ଘାଟନୀ ସଭା ରେ,ସରପଞ୍ଚ ପ୍ରତିନିଧି ସୁଧୀର ପଣ୍ଡା, ଇନ୍ଦୁ ବିଶ୍ବାଳ, ବିରାଜ ବାଗ,ପରମନନ୍ଦଛାତ୍ରିଆ,ଜୟରାମ ଛାତ୍ରିଆ, ଛାତ୍ର ଛାତ୍ରୀ,ପୁରାତନ ଛାତ୍ର,ଅଭିଭକ, ଶିକ୍ଷକ ଉପସ୍ଥିତ ଥିଲେ ।ରଣମଲ୍ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଭିକାରୀ ସାହୁ, ସହକାରୀ ଶିକ୍ଷକ ପର୍ଶୁରାମ ବାଗ ,ସିବପ୍ରସଡ ସାହୁ, କମଲେଶ୍ୱର୍ ରଣା,ସୁରେନ୍ଦ୍ର ନାଇକ ସହ ଅନ୍ୟାନ୍ୟ ଶିକ୍ଷକ କର୍ମ ଚାରି ଉପସ୍ଥିତ ଥିଲେ । ବାଣ୍ଡୀ ଗାଁ ୫ ଟି ସ୍କୁଲ୍ ଉଦ୍ଘାଟନୀ ସଭାରେ ବାଣ୍ଡି ଗାଁ ସରପଞ୍ଚ ଲକ୍ଷ୍ମଣ ସୁନା ନି,ସମିତି ସଭ୍ୟ କୃଷ୍ଣ ଛନ୍ଦ୍ର ଶବର,ସମାଜସେବୀ ଗୋରେ ବାରିକ ,ବିରେନ୍ଦ୍ର ଗହିର,ତଥା ଅନେକ ଅଭିଭାବକ,ପୁରାତନ ଛାତ୍ର ଛାତ୍ରୀ,ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ଖଡିକାର,ଦେବରାଜ ସାହୁ,ନାରାୟଣ ସାହୁ,ସୁଶାନ୍ତ କୁମାର ଦେ ରଜତ କୁମାର୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।