ପୁରା ଖବର ବିଷୟରେ



ସଡକ ଦୁର୍ଘଟଣାରେ ଚାଲିଗଲା ୨ ନିରିହ ଜୀବନ

May 7 2023 7:01AM
(ବ୍ୟୁରୋ ରିପୋର୍ଟ ) ସୋର ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ଭୋର୍‌ ସମୟରେ କୁକୁଡ଼ା ଆଣିବା ପାଇଁ ଡବ୍ଲ୍ୟୁବି-୨୧-୧୪୯୯ ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ କଲିକତାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଏହି ସମୟରେ ଟ୍ରକ୍‌ଟି ସୋର କଲେଜ ଛକ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ରେ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଚାପି ହୋଇ ରହିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଶୋର ହସ୍ପିଟାଲକୁ ପଠାଯାଇଥିବା ବେଳେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ପଶ୍ଚିମବଙ୍ଗ ବାଦୁରିଆ ଥାନା ପାଲତା ଗ୍ରାମର ଆସରଫ ସର୍ଦାର(ବୟସ ୩୮) ଏବଂ ବସିରହାଟ ଥାନା ଲାବାଙ୍ଗ ଗ୍ରାମର ସାଇପୁଲ ଗାଜି (ବୟସ ୩୫)।