ପୁରା ଖବର ବିଷୟରେ



ପଦ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା ୪୦୦ କିଲୋ ଗଞ୍ଜେଇ ସହ ୨ ଜଣକୁ ଗିରଫ

May 6 2023 10:24PM
ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ଥାନା ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ରାଜମେଣ୍ଡରିରୁ ଏକ ଟ୍ରକ ରବର ବ୍ୟାଣ୍ଡଲ ଧରି ବାହାରିଥିଲା। ଗଜପତି ଜିଲ୍ଲାର ଅଡବା ଠାରେ ରବର ବ୍ୟାଣ୍ଡ ମଧ୍ୟରେ ଗଞ୍ଜେଇ ରଖି ପଞ୍ଜାବକୁ ଚାଲାଣ କରାଯାଉଥିଲା। ପଦ୍ମପୁର ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଡୁମୁଲାପଦର ନିକଟସ୍ଥ ୩୨୬ ଜାତୀୟ ରାଜପଥ ଉପରେ ପେଟ୍ରୋଲିଂ ଯୋରଦାର କରୁଥିଲେ। ଟ୍ରକ ନମ୍ବର ପିବି-୧୧ବିୟୁ-୮୭୩୨ ନମ୍ବର ବିହୀନ ଗାଡି ଆସିବା ପରେ ତାକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୧୬ ପ୍ୟାକେଟ ଗଞ୍ଜେଇ ରହିଥିବା ପୁଲିସ ଦେଖିବାକୁ ପାଇଥିଲା। ଏହି ୧୬ ପ୍ୟାକେଟରେ ୪୦୦ କିଲୋ ଗଞ୍ଜେଇ ରହିଥିବା ଜଣାପଡିଥିଲା। ତୁରନ୍ତ ଟ୍ରକର ଡ୍ରାଇଭର ଏବଂ ହେଲପରକୁକ ପୁଲିସ ଗିରଫ କରିଥିବାବେଳେ ତାଙ୍କ ନାମ ଡ୍ରାଇଭରର ବାହାଦୁର ସିଂହ ଏବଂ ହେଲପର ବଲରାଜ ସିଂହ। ଏମାନଙ୍କ ଘର ପଞ୍ଜାବର ଫତେପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପଦ୍ମପୁର ପୁଲିସ ଏନଡିପିଏସ କେସ ରୁଜୁ କରି ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।