ପୁରା ଖବର ବିଷୟରେ



ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କଲେ ବଙ୍ଗୀୟ ଦମ୍ପତି

Apr 20 2023 10:34PM
(ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା ସହରର ସ୍ଥାନୀୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆଇ.ଡି.ଏସ ସଂସ୍ଥା ମାଧ୍ୟମରେ ପରିଚାଳିତ ହୋଇ ଆସୁଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ବଙ୍ଗୀୟ (କୋଲକାତା) ନିବାସୀ ତଥା ସେଠାକାର ଦମ୍ପତି ଜଣେ ସାତମାସର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ବିଧି ମୁତାବକ ରାୟଗଡ଼ ଜିଲ୍ଲାପାଳ ସ୍ଵଧା ଦେବ ସିଂହ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଉପସ୍ଥିତ ରହି ନିଜ କର କମଳରେ କନ୍ୟା ସନ୍ତାନଟିକୁ ଆଶାୟୀ ବଙ୍ଗୀୟ (କୋଲକାତା) ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ସନ୍ତାନ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଆଇ.ଡି.ଏସ ସଂସ୍ଥାର ମୁଖ୍ୟ ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁମଙ୍ଗଳ କମିଟି ଓ ଆଇ.ଡି.ଏସ ସଂସ୍ଥାର ସମସ୍ତ କର୍ମୀ ଉପସ୍ଥିତ ଥିବା ସୂଚନା ମିଳିଛି ।