ପୁରା ଖବର ବିଷୟରେ



ବୁଢାବଳଙ୍ଗ ନଦୀରେ ବୁଡ଼ି ଦୁଇ ବାଳକ ମୃତ୍ୟୁ -----

Apr 20 2023 11:48AM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) -ରେମୁଣା ସ୍ୱାଭିମାନ ମଞ୍ଚ ତରଫ ରୁ ସମାଜ ସେବୀ ଡ଼.ଶ୍ରୀମାଧବ ସେଠୀ ଙ୍କ ଦୁଃଖ ପ୍ରକାଶ ସହ ସଚେତନତା ବାର୍ତ୍ତା। ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ରେ ଆମ ରେମୁଣା ର ଗଣ୍ଡର୍ଦା ପଞ୍ଚାୟତ ର ପତୁକା ଶାସନ ଗ୍ରାମ ରେ ଦୁଇ ନାବାଳକ ସମ୍ପର୍କୀୟ ଭାଈ ବିକାଶ ପଣ୍ଡା ଓ ତୁଷାର ପଣ୍ଡା ନିକଟସ୍ଥ ବୁଢ଼ା ବଳଙ୍ଗ ନଈ ରେ ଗାଧୋଇବା ବେଳେ ବୁଡି ଅକାଳ ମୃତ୍ୟୁ ବରଣ କରିଛନ୍ତି !ଦୁଇ କୋମଳମତି ନିରୀହ ,ନିଷ୍ପାପ ନାବାଳକଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳାଇ ଦେଇଛି,ଦୁନିଆ ଦେଖିବା ଆଗରୁ ଚପଳମତି ବୟସରେ ମୃତ୍ୟୁ ବରଣ କରିବା ଏକ ଦୁଃଖଦ ହୃଦୟ ବିଦାରକ ଘଟଣା ଯାହା ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳାଇ ଦେଇଛି ,ଏହି ଦୁଃଖଦ ସମୟ ରେ ଦୁଃଖ ସଂତପ୍ତ ପରିବାର ବର୍ଗ,ଗ୍ରାମବାସୀ ଙ୍କ ସହ ସମବେଦନା ଜଣାଇବା ସହ ଈଶ୍ୱରଙ୍କୁ ଦୁଇ ନିଷ୍ପାପ ଆତ୍ମା ର ବୈକୁଣ୍ଠ ପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରୁଛି ତଥା ଏ ଦୁଃସମୟ ରେ ପରିବାର ବର୍ଗ ଙ୍କୁ ଧର୍ଯ୍ୟ ସାହସ ଶକ୍ତି ପ୍ରଦାନ କରନ୍ତୁ ବୋଲି ଗୁହାରି ଜଣାଇବା ସହ ,ରେମୁଣା ଓ ସମଗ୍ର ଅଞ୍ଚଳ ର ସମସ୍ତ ପରିବାର ବର୍ଗ ଓ ଗ୍ରାମବାସୀ ମାନଙ୍କୁ ନିଜ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ସହ ନଈ ,ପୋଖରୀ, କୂଅ ଆଦି ଅନାବୃତ ବିପଦ ସ୍ଥାନକୁ ବିଶେଷ ଭାବରେ ସୁରକ୍ଷାତ୍ମକ ବ୍ୟବସ୍ଥା କରି ସଜାଗ ରହିବା (ବିଶେଷ କରି ଏହି ଖରା ଦିନରେ)ନିମତ୍ତେ ଅନୁରୋଧ ଟିଏ କରିଛନ୍ତି 🙏🏻 ନଈ, ପୋଖରୀ ଥିବା ଅଞ୍ଚଳ ରେ ପିଲା ମାନଙ୍କୁ ଟିକେ ପଂହରା ଶିଖାଇବାକୁ ଉଦ୍ୟମ କରିବା ଆବଶ୍ୟକ ଜରୁରୀ ଅଟେ,,, ଏଥି ନିମନ୍ତେ ଧ୍ୟାନ ଦେବାକୁ ବିନମ୍ର ନିବେଦନ କରୁଛନ୍ତି ସମାଜ ସେବୀ ଡ.ଶ୍ରୀମାଧବ ସେଠୀ ଓ ତାଙ୍କ ସଂଘଠନ ରେମୁଣା ସ୍ୱାଭିମାନ ମଞ୍ଚ !ଏଇ ପରି ଦୁର୍ଘଟଣା କିଛି ଦିନ ପୂର୍ବେ ଧାମନଗରରେ ଦୁଇ ନାବାଳକ ଙ୍କ ପୋଖରୀ ରେ ବୁଡ଼ି ମୃତ୍ୟୁ ଘଟିଥିଲା ଓ ତାର କିଛି ଦିନ ପୂର୍ବ ରୁ ଭଦ୍ରକ ରେ ତିନୋଟି ପିଲା ଙ୍କ ନଈ ନାଳ ରେ ଗାଧୋଇବା ସମୟ ରେ ମୃତ୍ୟୁ ଘଟିଥିଲା , ତେଣୁ ସଭିଙ୍କୁ ସତର୍କ ସଜାଗ ରହିବାକୁ ଅନୁରୋଧ ସହ ପିଲା ମାନଙ୍କୁ ଟିକେ ନଜର ରଖିବାକୁ ନିବେଦନ କରୁଛନ୍ତି .. କିପରି ଶୋକ ସନ୍ତପ୍ତ ପରିବାର କୁ ତ୍ୱରିତ ସରକାରୀ ଅନୁକମ୍ପା ସହାୟତା ମିଳିପାରିବ ତା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି !