ପୁରା ଖବର ବିଷୟରେ



ସିଆରପିଏଫ ଦ୍ୱିତୀୟ ବାହିନୀ ଦ୍ୱାରା ସିବିକ ଆକ୍ସନ କାର୍ଯ୍ୟକ୍ରମ

Apr 10 2023 9:17PM
(ଅମଲ କୁମାର ମଣ୍ଡଲଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାରେ ଶ୍ରୀ ଅରବିନ୍ଦ ରାୟ ପୋଲିସର ଡେପୁଟି ଇନ୍ସପେକ୍ଟର ଜେନେରାଲ ସିଆରପିଏଫ ଓ ଦ୍ୱିତୀୟ ବାହିନୀ ସିଆରପିଏଫ କାମାଣ୍ଡେଣ୍ଟ ଶ୍ରୀ ରତିକାନ୍ତ ବେହେରାଙ୍କ ନିର୍ଦେଶକ୍ରମେ ଏକ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଉକ୍ତ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆଖପାଖ ଅଞ୍ଚଳ ଥିବା ଆଦିବାସୀ ଗ୍ରାମ ଝାପର, ଟିଟବେରି, ଗୋଙ୍ଗଲା, ମୁୟରସ, ତେଲବର୍ତ୍ତୀ ଗ୍ରାମ ଗୁଡିକରୁ 300ରୁ ଅଧିକ ସଂଖ୍ୟାରେ ମହିଳା ପୁରୁଷ ବାଳକ, ବାଳିକା ଯୁବକ, ଯୁବତୀ ଯୋଗ ଦେଇଥିଲେ lଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ନାଗରିକଙ୍କୁ ସିଆରପିଏଫ ତରଫରୁ ଖେଳ ସାମଗ୍ରୀ ଘରେ ବ୍ୟବହାର ହେଉଥିବା ଦୈନିକ ଉପଯୋଗୀ ସାମଗ୍ରୀ, କୃଷି ସାମଗ୍ରୀ ସହ ସ୍କୁଲ ପିଲାମାନଙ୍କୁ ବହି, ଖାତା, ଯୋମେଟ୍ରିବକ୍ସ,ବିଭିନ୍ନ ଖେଳ କ୍ରିକେଟ, ଫୁଟବଲ, ଭଲିବଲ ଖେଳ ସାମଗ୍ରୀ ସିଆରପିଏଫ ଦ୍ୱିତୀୟ ବାହିନୀ ଦ୍ୱାରା ବଣ୍ଟନ କରାଯାଇଥିଲା l ସିଆରପିଏଫ ଦ୍ୱିତୀୟ ବାହିନୀର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଯିବି ମହଲର ବହୁତ ପ୍ରଶଂସା କରାଯାଇଛି l