ପୁରା ଖବର ବିଷୟରେ



୨୨୦ ଲିଟର ଦେଶୀ ମଦ ଓ ମୋଟର ସାଇକେଲ ଜବତ, ୬ ଗିରଫ

Apr 6 2023 7:50AM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ଭଦ୍ରକ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ, ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସନ୍ଦିପ ପାଢ଼ୀ ଓ ଷ୍ଟାଫ୍ ମାନଙ୍କୁ ନେଇ ଗଠିତ ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ଧାମନଗର ଓ ଧୁଷୁରୀ ଥାନା ଅନ୍ତର୍ଗତ କୁରୁଆ, ମଙ୍ଗଳପୁର, ଗହିର ଗଡା, ସହିଦନଗର, ତାଳସୀଠା ଓ ମହୁରା ଅଞ୍ଚଳରେ ଚଢାଉ କରାଯାଇ ମୋଟ ୨୨୦ ଲିଟର ଦେଶୀମଦ ଜବତ କରିବା ସହିତ ଏକ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ମୋଟ୍ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ କୁରୁଆ ଗ୍ରାମର ବିନୋଦ ମଲିକ, ମଙ୍ଗଳପୁର ଗ୍ରାମର ଚୈତନ୍ୟ ଦାସ,କୁରୁଆ ଗ୍ରାମର ସରସ୍ଵତୀ ମଲିକ, ଗହିର ଗଡା ଗ୍ରାମର ସରସ୍ଵତୀ ଯେନା ଏବଂ ଧାମନଗର ଥାନା ଅନ୍ତର୍ଗତ ତାଳସୀଠା ଗ୍ରାମର ହରିହର ମୁଣ୍ଡା ଓ ମହୁରା ଗ୍ରାମର ହେମନ୍ତ କୁମାର ଯେନା । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଚଢ଼ାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସନ୍ଦିପ କୁମାର ପାଢ଼ୀ, ASI ଭବେଷ୍ ଦାସ୍, କନେଷ୍ଟବଳ ଶିବପ୍ରସାଦ ସାହୁ, ସନ୍ଧ୍ୟା ରାଣୀ ସେନାପତି, ରମାକାନ୍ତ ବାରିକ୍, ସୂର୍ଯ୍ୟକାନ୍ତ ରିସ୍କୁ ଓ ରାମଚନ୍ଦ୍ର ନାଏକ ପ୍ରଭୃତି ସାମିଲ୍ ଥିଲେ। ଏ ନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୬ ଗୋଟି ମାମଲା ରୁଜୁ କରାଯାଇଛି।