ପୁରା ଖବର ବିଷୟରେ



ଏମ୍ ଭି ୨୦ ଗ୍ରାମର ବ୍ୟକ୍ତିଙ୍କ କାର ନେଇ ଫେରାର ଘଟଣାରେ ଏମ୍ ଭି ୭୯ ପୋଲିସ ଜଣକୁ କୋର୍ଟ ଚାଲାଣ କଲା

Mar 15 2023 6:22PM
(ମାଲକାନଗିରିରୁ ଅମଲ କୁମାର ମଣ୍ଡଲଙ୍କ ରିପୋର୍ଟ) - ମାଲକାନଗିରି ଜିଲ୍ଲା ଏମ୍ ଭି ୨୦ ଗ୍ରାମର ରାଜୁ ବୈରାଗୀ ନାମକ ବ୍ୟକ୍ତି ଗତ ଜାନୁଆରୀ ୨ ତାରିଖରେ ଏମ୍ ଭି ୯୬ ଗ୍ରାମରେ ନିଜ ସମ୍ପର୍କୀୟ ଙ୍କ ଘରେ ବୁଲି ଆସିଥିଲେ । ସେହି ଦିନ ଏମ୍ ଭି ୯୯ ଗ୍ରାମର ରାକେଶ ମଜୁମଦାର କାର ଟିକୁ ଚଲେଇବା ବାହାନାରେ ମାଗି ନେଇ ଫେରାର ହୋଇଯାଇଥିଲେ । ସେହି ଦିନ ରାକେଶ ନଫେରିବାରୁ ରାଜୁ ରାକେଶ କୁ ଫୋନ କରିଥିଲେ । ଫୋନ ଉଠାଇ ରାକେଶ ରାଜୁ କୁ ବହୁତ ଖରାପ ଭାଷାରେ ଗାଳିଗୁଳଜ କରି ଫୋନ ସ୍ୱିଜ ଅଫ ଦେଇଥିଲେ । ଏନେଇ ରାଜୁ ଜାନୁଆରୀ ୨୨ ତାରିଖରେ ଏମ୍ ଭି ୭୯ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନା ଆଇଆଇସି ସୁନୀଲ କୁମାର ସରେନ କେସ ନମ୍ବର ୯/୨୦୨୩ ମାମଲାରେ ଏକ କେସ ରୁଜୁ କରି କେସ କୁ ଏ ଏସ ଆଇ ରାଜେନ୍ଦ୍ର ପାଙ୍ଗି ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ଏସଡ଼ିପିଓ ମାଲକାନଗିରି ସଚିନ ପଟେଲ ଏବଂ ଏମ୍ ଭି ୭୯ ଆଇଆଇସି ଙ୍କ ତତ୍ୱାବଧାନରେ ତଦନ୍ତ କରାଯାଇ ଆଜି ୧୩ ମାର୍ଚ୍ଚ ରେ ଉକ୍ତ କାର ଟିକୁ ପାଇବାରେ ସଫଳ ହୋଇଥିଲେ । ଏହା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ କାର ମାଲିକ ଏମ୍ ଭି ୭୯ ପୋଲିସ କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଞ୍ଚଳ ବାସୀ ପୋଲିସ ର ସେବଭାବନାକୁ ପ୍ରଶଂସା କରିଛନ୍ତି ।