ପୁରା ଖବର ବିଷୟରେ



ଓଡ଼ିଶାର କୋରାପୁଟ ଏବଂ ରାୟଗଡା ଜିଲ୍ଲାର କେତେକ ଅଞ୍ଚଳ ରେ ମୃଦୁ ଭୂମିକମ୍ପ ଅନୁଭୂତ

Mar 3 2023 10:08AM
ଭୁବନେଶ୍ବର : (ବ୍ୟୁରୋ ରିପୋର୍ଟ) କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ଶୁକ୍ରବାର ଭୋର ୫.୫ ମିନିଟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଦୁଇ ଜିଲ୍ଲାର କେତେକ ସ୍ଥାନ ରେ ଏହି ଭୂକମ୍ପ ହୋଇଥିବା ସାଧାରଣରେ ମତ ପ୍ରକାଶ ପାଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଝରକା ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଘରେ ଥିବା ଆସବାବପତ୍ର ବି ଦୋହଲି ଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା। ତେବେ ସୂଚନା ଅନୁଯାଇ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।