ପୁରା ଖବର ବିଷୟରେ



ଜିଲ୍ଲାପାଳଙ୍କ ଗୁଡାରି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Feb 16 2023 8:30AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣୀରେ ମୋଟ ୮୩ଟି ଅଭିଯୋଗ ଜିଲ୍ଲାପାଳଙ୍କ ହସ୍ତଗତ ହୋଇଥିବା ବେଳେ ସେଥି ମଧ୍ୟରୁ ୬୪ଟି ବ୍ୟକ୍ତିଗତ ଏବଂ ୧୯ଗୋଟି ଗ୍ରାମବାସୀ ମାନଙ୍କର ଅଭିଯୋଗ ଥିଲା l ଜିଲ୍ଲାପାଳ ୨ଜଣକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷରୁ ଟ.୨୨୦୦୦/-ଙ୍କା ପ୍ରଦାନ କରିଥିଲେ l ଜିଲ୍ଲାପାଳ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପରିଷଦ ରାୟଗଡ଼ା ଶ୍ରୀ ରବିନାରାୟଣ ତ୍ରିପାଠୀ,ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଲଳିତ କୁମାର କଅଁର,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ,ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଗୁଣପୁର ଶାନ୍ତି ପ୍ରଭା ପ୍ରଧାନ, ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଦୟାନିଧି ବାଘ , ନିର୍ବାହୀ ଯନ୍ତ୍ରୀ ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ରାୟଗଡ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଜନାଵ ଶେଖ ଅlଲେନୁର, ତହସିଲଦାର ଗୁଡାରି , ଶ୍ରୀମତି ଭାରତୀ ଦେବୀ , ବିଡିଓ ନୃସିଂହ ଶ୍ରୀ ଚରଣ ସେଠୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।