ପୁରା ଖବର ବିଷୟରେ



ଗୁଡ଼ାରୀ ପୋଲିସକୁ ମିଳିଛି ବଡ଼ ସଫଳତା ୬୩କେଜି.୩୦୦ଗ୍ରାମ ଗଂଜେଇ,୩ଗୋଟି ବାଇକ ଏକ ସ୍କୁଟି ସହ ୩ଗିରଫ

Feb 11 2023 12:05PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା ୬୩ କେଜି ୩୦୦ ଗ୍ରାମ ଗଞ୍ଜେଇ, ୩ ଗୋଟି ବାଇକ,ଏକ ସ୍କୁଟି ସହ ୩ଜଣ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଗୁଡ଼ାରୀ ଥାନା କେସ ନମ୍ବର ୯-୨-୨୦୨୩ PS C 12 U/S 20(b)(ii)(C) 25/29 NDPS act.ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସଂପୃକ୍ତ ବ୍ୟକ୍ତିମାନେ ହେଲେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ ବନ୍ଦଗୁଡା ସ୍ଥିତ ନକଟିଗୁଡାର ଶ୍ରୀ ଲିଙ୍ଗରାଜ ମେହେର ଓ ମହେନ୍ଦ୍ର ମେହେର ହୋଇଥିବା ବେଳେ ଶ୍ରୀ ଲଛମନ ଗୁରୁ ଛୁରିଆ ଗ୍ରାମର ବୋଲି ଜଣାପଡ଼ିଛି । ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗୁଡ଼ାରୀ ଥାନା ଅନ୍ତର୍ଗତ ଗୁମୁଡା ଫାଣ୍ଡି ଅଧିକାରୀ ସବ୍ ଇନ୍ସପେକ୍ଟର ଶ୍ରୀ ବସନ୍ତ କୁମାର ବେହେରା ଓ ଟିମ୍ ଏବଂ ଗୁଡ଼ାରୀ ପୋଲିସର ମିଳିତ ସହଯୋଗରେ ଗତ ୯-୨-୨୦୨୩ ତାରିଖ ପୂର୍ବାହ୍ନ ଏଗାର ଘଣ୍ଟା ୧୦ ମିନିଟ ସମୟରେ ପଦ୍ମପୁର ବ୍ଲକ ଗୁଡ଼ାରୀ ଥାନା ଅନ୍ତର୍ଗତ ଡେରିଙ୍ଗା ଗ୍ରାମପଞ୍ଚାୟତର ଜୈରପାଙ୍ଗା ନିକଟରେ ପେଟ୍ରୋଲିଂ କରିବା ସମୟରେ ୩ ଗୋଟି ବାଇକ ଏକ ସ୍କୁଟି ସହ ୬ ଜଣ ବ୍ୟକ୍ତି ଆସୁଥିବା ଦେଖି ସନ୍ଦେହରେ ଚତୁରତାର ସହ କାବୁ କରି ନେଇଥିବା ବେଳେ ୩ ଜଣ ବ୍ୟକ୍ତି ଫେରାର ହୋଇଯାଇଥିଲେ । ଯାଞ୍ଚ୍ କରିବା ସମୟରେ ତିନି ଗୋଟି ବାଇକ OD 08 Q 9304, OD 08 J 4010, OD 08 L 3901ନମ୍ବର ବିଶିଷ୍ଟ ବାଇକର ସିଟ୍ କଭରରୁ ଏବଂ ନମ୍ବର ବିହୀନ ସ୍କୁଟି ଡିକିରୁ ଗଞ୍ଜେଇ ମିଳିଥିବା ସୂଚନା ମିଳିଛି । ଉକ୍ତ ବିଷୟରେ ଗୁମୁଡା ଫାଣ୍ଡି ଅଧିକାରୀ ସବ୍ ଇନ୍ସପେକ୍ଟର ଶ୍ରୀ ବେହେରା ଗୁଡ଼ାରୀ ଥାନାରେ ଏକ ମାମଲା ଦାୟର କରିଥିବା ବେଳେ ଗୁଡ଼ାରୀ ଥାନା ସବ୍ ଇନ୍ସପେକ୍ଟର ଶ୍ରୀ ରାଜେଶ୍ବର ଶବର ମାମଲାର ତଦନ୍ତ କରୁଥିବା ସହ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଭାବେ ସ୍ଥାନୀୟ ତହସିଲଦାର ଶ୍ରୀ ହୃଷୀକେଶ ପଣ୍ଡାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ ସହ ମୂଲ୍ୟ ଆକଳନ କରାଯାଇଥିବା ବେଳେ ସର୍ବମୋଟ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ଥାନା ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଗୟା ସୁଦ୍ଧିନ ଖାନ୍ ସୂଚନା ପ୍ରଦାନ କରିଥିଲେ ।