ପୁରା ଖବର ବିଷୟରେ



ଜଳମଣ୍ଡୁଆ ପଞ୍ଚାୟତ ସ୍ଥିତ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଏବଂ ଜଳମଣ୍ଡୁଆ ସରକାରୀ ଉ.ପ୍ରା.ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଭତ୍ସବ ଏବଂ ବାର୍ଷିକ ଉତ୍ସବ-୨୦୨୩ ପାଳିତ

Feb 3 2023 8:52AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ଉଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ସ୍ଥିତ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଏବଂ ଜଳମଣ୍ଡୁଆ ସରକାରୀ ଉ.ପ୍ରା.ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଭତ୍ସବ ଏବଂ ବାର୍ଷିକ ଉତ୍ସବ-୨୦୨୩ ପାଳିତ ହୋଇଯାଇଛି । ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିବସରେ କ୍ରୀଡା ପ୍ରତିଯୋଗିତା ଏବଂ ଅନ୍ୟ ସହଶୈଖିକ ବିଷୟଗୁଡିକରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ଛାତ୍ରଛାତ୍ରୀ ଚୟନ କରାଯାଇଥିଲା । ଦ୍ୱିତୀୟ ଦିବସରେ ପୁରସ୍କାର ବିତରଣ ଏବଂ ବାର୍ଷିକ ଉତ୍ସବ ଉପଲକ୍ଷେ ସାଂସ୍କୃତିକ ପ୍ରତିଯୋଗିତା ଏବଂ ରଙ୍ଗାରଙ୍ଗକର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭାରେ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୁଦନ ମହନ୍ତି ସଭାପତିତ୍ଵ କରିଥିଲେ । ଏହି ସଭାରେ ସମାଜସେବୀ ତଥା ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ପଣ୍ଡା, ବାଇଧର ସାହୁ, ଜଳ ମଣ୍ଡୁଆ ସରକାରୀ ଉ.ପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଦାଶିବ ବେହେରା, ଭାସ୍କର ଚନ୍ଦ୍ର ଜେନା, ଜଳମଣ୍ଡୁଆ ସରକାରୀ ଉ.ପ୍ରା.ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ବୃନ୍ଦାବତୀ ରାଉତ, ସଂଜୀବ ରାଉତ, ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ମନୋଜ କୁମାର ନାୟକ, ଗଦାଧର ରାଉତ, ଦୁର୍ଯ୍ୟୋଧନ ଯେନା , ରତ୍ନାକର ଭୂୟାଁ ପ୍ରମୂଖ ଯୋଗ ଦେଇଥିଲେ । ସଂସ୍କୃତ ଶିକ୍ଷକ ସଦାଶିବ ପତି ବେଦ ପାଠ କରିଥିଲେ ।ଶିକ୍ଷକ ଦିବାକର ପାଗଳ ସ୍ୱାଗତ ଭାଷଣ ଏବଂ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ | ଶିକ୍ଷକ ସୁଧାକର ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଅନନ୍ତ ମହାପାତ୍ର , ଦେବେନ୍ଦ୍ର ଲେଙ୍କା, ପ୍ରଶାନ୍ତ ଖିଲାର , ବିଚାରପତି ଦାୟିତ୍ଵ ନିର୍ବାହ କରିଥିଲେ ।ଶିକ୍ଷକ ମୃତ୍ୟୁଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଶିକ୍ଷକ ମୋହନ ସୋରେନ, ରମେଶ ଜେନା , ଶିକ୍ଷା କର୍ମଚାରୀ ଜଗବନ୍ଧୁ ଯେନା ଓ ଜଳଧର ନାୟକ ପ୍ରଭୃତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ନୃତ୍ୟ ଏବଂ ସମବେତ ନୃତ୍ୟ ପରିବେଷଣ କରାଯାଇଥିଲା ।