ପୁରା ଖବର ବିଷୟରେ



ସ୍ଥାନୀୟ ଥାନା ଅଧିନସ୍ଥ ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପରିସରରେ ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Jan 24 2023 9:24AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅଧିନସ୍ଥ ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପରିସରରେ ଭାରତ ସରକାରଙ୍କ ଦ୍ବାରା ପ୍ରଯୋଜିତ ଜିଲ୍ଲା ୪ର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡେଣ୍ଟ ଶ୍ରୀ ମନୋଜ କୁମାର ଯାଦବଙ୍କ ନିର୍ଦ୍ଦେଶନାରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ସମସେର ସିଂ ଙ୍କ ତତ୍ବାବଧାନରେ ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗୁଡ଼ାରୀ ସହର ଏବଂ ଅଞ୍ଚଳର ୨୨ ଜଣ ହିତାଧିକାରୀଙ୍କୁ ୨୨ ଗୋଟି ପାଣିଟାଙ୍କି ପ୍ରଦାନ କରିଥିଲେ । ଏହା ଦ୍ବାରା ପୋଲିସ, ସିଆରପିଏଫ ଏବଂ ଜନସାଧାରଣଙ୍କ ସହ ଏକ ସମ୍ପର୍କ ସ୍ଥାପନ ଓ ସମନ୍ବୟ ରକ୍ଷା କରିବ । ଏହି ଅବସରରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ସମସେର ସିଂ, ଇନ୍ସପେକ୍ଟର ସମ୍ବୁ ତିଓ୍ବରୀ, ସମ୍ମାନ୍ବୀତ ଅତିଥି ଗୁଡ଼ାରୀ ଥାନା ସବ୍ ଇନ୍ସପେକ୍ଟର ଶ୍ରୀ ଗୟା ସୁଦ୍ଧିନ ଖାନ୍ , ଅସଡା ସରପଞ୍ଚ ଶ୍ରୀ ସୁଦାମ ଶବର,ଏକେରାଇ ପଞ୍ଚାୟତର ସରପଞ୍ଚ ଶ୍ରୀମତି ତେୟାରଗ୍ରାସ୍ମୀ ଶବର,୪ର୍ଥ ବାଟାଲିୟନ ସିଆରପିଏଫ ଯବାନ ଏବଂ ଅଞ୍ଚଳର ଜନସାଧାରଣଙ୍କ ଉପସ୍ଥିତରେ ୨୨ଗୋଟି ପାଣି ଟାଙ୍କି ପ୍ରଦାନ କରିଥିଲେ ।